ଲକ୍ଷ୍ମୀନୃସିଂହ ମନ୍ଦିରରେ ଚନ୍ଦନ ଯାତ୍ରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ) : ସହର ଗୁଡିଆଗଳି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଗୁରୁବାର ଠାରୁ ଠାକୁରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ, ନୃସିଂହ ଚତୁର୍ଦ୍ଦଶୀ ଓ ଚନ୍ଦନ ଯାତ୍ରା ଉତ୍ସବ ଆରମ୍ଭ ହୋଇଯାଇଛି । ଗୁରୁବାର ରାତିରେ ଗଙ୍ଗା ଆବହନ କରାଯିବା ପରେ ପୂଜାର୍ଚ୍ଚନା କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ଶୁକ୍ରବାର ଭୋରରୁ ନାମ ସଙ୍କୀର୍ତ୍ତନ, ଘୃତ ଯଜ୍ଞ ଓ ଜନ୍ମୋତ୍ସବ ପାଳନ କାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି । ଶନିବାର ପୂର୍ଣ୍ଣାହୁତି ହୋଇ ଠାକୁରଙ୍କ ବିଗ୍ରହ ନଗର ପରିକ୍ରମା କରାଯିବ ବୋଲି ଜଣାଯାଇଛି । ସନ୍ଧ୍ୟାରେ ସାଂସ୍କୃତି କାର୍ୟ୍ୟକ୍ରମ ପରିବେଷଣ କରାଯିବ ବୋଲି ଜଣାଯାଇଛି । ରବିବାର ସହରବାସୀଙ୍କ ପାଇଁ ପ୍ରସାଦ ସେବନ କାର୍ୟ୍ୟକ୍ରମ ପରେ ଯାତ୍ରା ଶଷେ ହେବ ବୋଲି ଜଣାଯାଇଛି । ସମସ୍ତ କାର୍ୟ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ପରିଚାଳନା କରୁଛନ୍ତି । ନାମ ସଙ୍କୀର୍ତ୍ତନରେ ସହରବାସୀ ସାମିଲ ହୋଇ ଅହରହ ସଙ୍କୀର୍ତ୍ତନ କରୁôତବା ଦେଖିବାକୁ ମିଳିଛି ।


