ବୈଶାଖୀ ମହୋତ୍ସବ ଆନୁକୂଲ୍ୟରେ ବାସନ୍ତୀପୂଜା ରୌପ୍ୟଜୟନ୍ତୀ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତବର୍ଷ ବାଲେଶ୍ୱର ସହର ଉପକଣ୍ଠ ଈଶାଣୀ ଉଡ଼ାଯାତ୍ରା ବାସନ୍ତୀ ମଣ୍ଡପ ପରିସରରେ ୩୮ବର୍ଷର ଉଡ଼ାଯାତ୍ରା, ବାସନ୍ତୀ ପୂଜାର ରଜତ ଜୟନ୍ତୀ ଉତ୍ସବ ତଥା ବୈଶାଖୀ ମହୋତ୍ସବର ନବମ ସଂସ୍କରଣ ପ୍ରସ୍ତୁତି ବୈଠକ ସଭାପତି ଆଡ଼ଭୋକେଟ୍ ଅଶୋକ ସେନାପତିଙ୍କ ପୌରୋହିତ୍ୟରେ ଚଳିତବର୍ଷ ବାସନ୍ତୀ ପୂଜାର ରଜତ ଜୟନ୍ତୀ ପାଳନ ଆଗାମୀ ଏପ୍ରିଲ୍ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା, ମହିଳାମାନଙ୍କ ପାଇଁ ଝୋଟି, ମୁରୁଜ, ଶଙ୍ଖ ଓ ହୁଳହୁଳି, ଛୋଟଛୋଟ ପିଲାମାନଙ୍କର ନାଚଗୀତ ପ୍ରତିଯୋଗିତା ହେବା ସଙ୍ଗେସଙ୍ଗେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର, ବିଷ୍ଣୁମୋହନ କବି, ୟୁଟ୍ୟୁବର୍ ରାଜୁ ଦାସ ଓ ସାଥୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ସାଧାରଣ ସମ୍ପାଦକ ଭାଗବତ ସାହୁ ବିଗତ ବର୍ଷର ବିବରଣୀ ପ୍ରଦାନ କରିଥିଲାବେଳେ ବୈଶାଖୀ ମହୋତ୍ସବର କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବ ଚଳିତବର୍ଷର କାର୍ଯ୍ୟକ୍ରମ ପାଇଁ ଅନେକ ଉପାଦେୟ ପ୍ରସ୍ତାବ ଆଗତ କରିଥିଲେ । ନାଏବ ସରପଞ୍ଚ ମନ୍ମଥ ମାଝୀ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାୟକ, ଶଶିକାନ୍ତ ଜେନା ମଧୁସୂଦନ କର, ପୂର୍ଣ୍ଣଚନ୍ଦ୍ର ସେଠୀ, ସନାତନ ବେହେରା, ଦୀନବନ୍ଧୁ ବେହେରା, ଅଜୟ ବେହେରା, ରବୀନ୍ଦ୍ର ମଢ଼ୁଆଳ, ମନୋଜ ଦାସ, ସାରିକା କର, ଜୟନ୍ତୀ ଜେନା, ପ୍ରଫୁଲ୍ଲ ନାୟକ, ଡମ୍ବରୁଧର ଦାସ, ଦୀନବନ୍ଧୁ ଦାସ, ମହେନ୍ଦ୍ର ମହାଳିକ, ସୁରେଶ ମାଝୀ, ରବୀନ୍ଦ୍ର ମାଝୀ, ରମେଶ ବେହେରା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ହିମାଂଶୁ ପରିଡ଼ା, ଜଳଧର ଦାସ, ମନୋରଞ୍ଜନ ସେଠୀ, ଦାମୋଦର ସୁତାର, ଉମାକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ କମିଟିର ଉପସଭାପତି ନରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ