‘ବୋଉ’ ପତ୍ରିକାର ଲୋକାର୍ପଣ
ସାହିତ୍ୟ ମାଧ୍ୟମରେ ସମାଜରେ ବ୍ୟାପକ ପରିବର୍ତନ ଘଟିଥାଏ
ଭୁବନେଶ୍ୱର, (ୱାଇଏନ୍ଏସ୍): ତ୍ରୟମାସିକ ସାହିତ୍ୟ ପତ୍ରିକା ‘ବୋଉ’ର ଶୁଭ ଉନ୍ମୋଚନ ନେତାଜୀ ପବ୍ଲିକ୍ ସ୍କୁଲ୍ ପରିସରରେ ସାମାଜିକ ଦୂରତ୍ୱ ରକ୍ଷା କରି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବନମାଳୀ ସାମନ୍ତରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଣଭୂଇଁ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିତ ଅତିଥି ଭାବେ ଅରଭାନୀ ସମୟର ସଂପାଦକ ରମେଶ କୁମାର ମହାପାତ୍ର, ବରେଣ୍ୟ ଅତିଥି ଭାବେ ଶରତ ଚନ୍ଦ୍ର ନାୟକ ଅଧ୍ୟକ୍ଷ ସମାଜସେବୀ ନେତାଜୀ ପବ୍ଲିକ୍ ସ୍କୁଲ୍ ଓ ମୁଖ୍ୟବକ୍ତା ଭାବେ ଆଇନପରାମର୍ଶଦାତା ‘ବୋଉ’ ଗିରିଜା ଶଙ୍କର ପଣ୍ଡା ଯୋଗଦେଇ ସାହିତ୍ୟ ମାଧ୍ୟମରେ ସମାଜରେ ବ୍ୟାପକ ପରିବର୍ତନ ହେବା ସହିତ ଅଧୁନା ସମୟରେ ସାହିତ୍ୟ, ମାତୃଭାଷାର ପ୍ରମୁଖ ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକୀୟ ବିବରଣୀ ପ୍ରଦାନ କରି ‘ବୋଉ’ ପତ୍ରିକାର ସମ୍ପାଦକ ସଂଜୟ କୁମାର ଚୌଧୁରୀ ମତବ୍ୟକ୍ତ କରିଥିଲେ ଯେ ପତ୍ରିକାଟିଏ ପ୍ରକାଶ କରିବା ଏବଂ ପାଠକଙ୍କ ନିକଟରେ ପହଂଚିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ । ସମାଜର ସମସ୍ତ ବର୍ଗ ଏଥିପ୍ରତି ସଜାଗ ରହିଲେ ଆମ ସାହିତ୍ୟ ଓ ମାତୃଭାଷାର ବ୍ୟାପକ ପ୍ରଚାର ପ୍ରସାର ହେବା ସହିତ ସାହିତ୍ୟ ରୁଦ୍ଧିମନ୍ତ ହୋଇପାରିବ । ଏହି ଅବସରରେ ବୋଉର ଆଜୀବନ ସଦସ୍ୟ/ସଦସ୍ୟା ଭାବେ ସାହିତ୍ୟିକା ବୀଣା ମିଶ୍ର, ବୁନି ତ୍ରିପାଠୀ, ସ୍ନେହ ମିଶ୍ର, ସୁଧା ପଟ୍ଟନାୟକ, ମଂଜୁଳା ତ୍ରିପାଠୀ, ସସ୍ମିତା ମହାପାତ୍ର, ସୁନିଲ୍ କର, ପୁର୍ଣ୍ଣଚନ୍ଦ୍ର ସୁନାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କବି ଲବଣେଶ୍ୱର ବାରିକ ପରିଚାଳନା କରିଥିବାବେଳେ ଓ ଅଧ୍ୟକ୍ଷତା ଓ ସଂଯୋଜନା କରିଥିଲେ ସୁଲେଖିକା, ସାହିତ୍ୟିକା ମନିଷା ରାୟ । ଶେଷରେ ଧନ୍ୟବାଦ ଅର୍ପଣ କରିିଥିଲେ ଯୁବ ସାମ୍ବାଦିକ ତଥା ବୋଉ ପତ୍ରିକାର ସହ ସଂପାଦକ ଅରବିନ୍ଦ ତ୍ରିପାଠୀ ।


