ବୋନସ ବୃଦ୍ଧି ଦାବିରେ ଧାରଣାରେ ବସିଲେ ଶ୍ରମିକ

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ବିଚାକୁଣ୍ଡିସ୍ଥିତ ଟାଟା କମ୍ପାନୀର ମାଙ୍ଗାନିଜ ଖଣିରେ ବୋନସ ବୃଦ୍ଧି ଦାବି କରି ହୋଇଥିବା ଶ୍ରମିକ ଧାରଣାକୁ ଭାରତୀୟ ମଜଦୁର୍ ସଂଘ ଗୁରୁବାର ସମର୍ଥନ ଦେଇଛି । ଏନେଇ ସଂଘ ପକ୍ଷରୁ ସଂଘର ରାଜ୍ୟ ସଂଗଠନ ମନ୍ତ୍ରୀ ଗିରିଶ ଚନ୍ଦ୍ର ମହାନ୍ତ, ରାଜ୍ୟ ସଂପାଦକ ଡାକ୍ତର ମହାନ୍ତ, ଜିଲା ସଭାପତି ଉମାକାନ୍ତ ଦାସ, ଯୋଡା ବ୍ଲକ ସଂପାଦକ ବାବୁଲାଲ ମହାନ୍ତ ପ୍ରମୁଖ ବିଛାକୁଣ୍ଡିସ୍ଥିତ ଧାରଣାସ୍ଥଳକୁ ଯାଇ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗକୁ ପଚାରି ବୁଝିଥିଲେ ଏବଂ ଟାଟା ଷ୍ଟିଲ ଖଣିରେ କାର୍ଯ୍ୟ କରୁଥିବା କରୋନେସନ ଇନ୍ଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ୍ (ଅଟଓାଲ) ର କର୍ତୁପକ୍ଷଙ୍କ ସହିତ ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନେଇ ଆଲୋଚନା କରିଥିଲେ । ଶ୍ରମିକମାନଙ୍କୁ ଶତକଡା ୧୨ ପ୍ରତିଶତ ବୋନସ ଦିଆଯିବାର ଆଲୋଚନା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଶତକଡା ୧୦ ପ୍ରତିଶତ ଗୁରୁବାର ଶ୍ରମିକମାନଙ୍କୁ ଦିଆଯିବ ଏବଂ ଅବଶିଷ୍ଟ ୨ ପ୍ରତିଶତ ବୋନସ ଦୀପାବଳିରେ ପ୍ରଦାନ କରାଯିବା ନେଇ ବଡବିଲସ୍ଥିତ ଲେବର ଏନଫୋର୍ସମେନ୍ଟ ଅଫିସର ଙ୍କ କାର୍ଯ୍ୟାଳୟରେ ନିଷ୍ପତି ନିଆଯିବ ବୋଲି ଶ୍ରମିକ ନେତା ଡାକ୍ତର ମହାନ୍ତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ, ଶ୍ରମିକ ମାନଙ୍କର ବୋନସ ବୃଦ୍ଧି କରିବା ସହିତ ପୂର୍ବରୁ କାର୍ଯ୍ୟ କରୁଥିବା ଠିକାସଂସ୍ଥା ଶ୍ରମିକମାନଙ୍କର ପିଏଫ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଏବଂ ଶ୍ରମିକମାନଙ୍କୁ ଫାଇନାଲ ପେମେନ୍ଟ ମଧ୍ୟ ଦିଆଯାଇନଥିବା ଶ୍ରମିକମାନେ ତାଙ୍କଠାରେ ଅଭିଯୋଗ କରିବାରୁ ଭାରତୀୟ ମଜଦୁର ସଂଘ ଶ୍ରମିକମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ ଆରମ୍ଭ କରିଥିବା ସେ ପ୍ରକାଶ କରିଛନ୍ତି । ଠିକାସଂସ୍ଥା କରୋନେସନ ଇନ୍ଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ୍ (ଅଟଓାଲ) ର ଅଧିକାରୀ ଅନୁଭବ ଦତଙ୍କୁ ପଚାରିବାରୁ ଠିକାସଂସ୍ଥା ପକ୍ଷରୁ ଶତକଡା ୧୦ ପ୍ରତିଶତ ବୋନସ ଦୁର୍ଗା ପୂଜାରେ ଦିଆଯିବ ଏବଂ ଅବଶିଷ୍ଟ ୨ ପ୍ରତିଶତ ଦୀପାବଳିରେ ଦିଆଯିବ । ଶ୍ରମିକମାନଙ୍କର ଫାଇନାଲ ପେମେନ୍ଟ ସମ୍ପର୍କରେ ସେ କହିଥିଲେ ଯେ, ପୂର୍ବରୁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବା ଠିକାସଂସ୍ଥା ପକ୍ଷରୁ ଶ୍ରମିକମାନଙ୍କୁ ଫାଇନାଲ ପେମେନ୍ଟ ଦିଆଯାଇନାହିଁ । ଏଥିରେ ବର୍ତମାନ ଟାଟାଷ୍ଟିଲ କମ୍ପାନୀରେ ନୂତନଭାବେ କାର୍ଯ୍ୟ ପାଇଥିବା କରୋନେସନ ଇନ୍ଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ୍ (ଅଟଓାଲ) କମ୍ପାନୀ କୌଣସି ଦାୟୀ ନୁହେଁ । ଶ୍ରମିକମାନଙ୍କୁ ପିଏଫ ଟଙ୍କା ଏବଂ ଫାଇନାଲ ପେମେନ୍ଟ ନଦେବା ଉକ୍ତ ଠିକାସଂସ୍ଥାର ଦୋଷ ବୋଲି ପ୍ରତିକ୍ରିୟାରେ କହିଥିଲେ । ବର୍ତମାନ ଏହି ଧାରଣାକୁ ସ୍ଥଗିତ ରଖାଯାଇଥିବା ଭାରତୀୟ ମଜଦୁର ସଂଘ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ