ବୋମା ମାଡ ଘଟଣା, ୭ ଅଭିଯୁକ୍ତ କୋର୍ଟ ଚାଲାଣ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ମେଡିକାଲ ଛକରେ ଗତ ଜୁଲାଇ ୧୬ ତାରିଖ ରାତ୍ର ସମୟରେ ଦୁଇ ଗୋଟି ପଲସର ଗାଡିରେ ୪ ଜଣ ଯୁବକ ଆସି ବୋମାମାଡ କରି ଚମ୍ପଟ ମାରିଥିଲେ । ସୂଚନା ମୁତାବକ ବୁଗୁଡା ମେଡ଼ିକାଲ ଛକଠାରେ ଥିବା ଓଁ ଶ୍ରୀ ଡ୍ରେସସ୍ ଏଣ୍ଡ କ୍ଳଥ ଷ୍ଟୋର ଦୋକାନ ମାଲିକଙ୍କୁ ବେଆଇନ ସିମ କାର୍ଡ ମାଧ୍ୟମରେ ୪ ଜଣ ଦୁର୍ବୁତ୍ତ ଫୋନ କରି ଦଶଲକ୍ଷ ଟଙ୍କା ମାଗିଥିଲେ । ମାଲିକ ଜଣଙ୍କ ଟଙ୍କା ନଦେବାରୁ ସେମାନେ ବୋମାମାଡ କରି ସେଠାରୁ ଚାଲିଯାଇଥିଲେ।ଦୋକାନ ମାଲିକଙ୍କ ଅଭିଯୋଗ କ୍ରମେ ବୁଗୁଡା ପୋଲିସ ଥାନାରେ ୫୧୫/ ୨୩ ପ୍ରକାରେ ଏକ ମାମଲା ରୁଜୁ କରି ବୁଗୁଡା ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରିରହିଥିଲା। ଲୁଗା ଦୋକାନ ବଦଳରେ ବୋମାମାଡରେ କୃଷ୍ଣଚନ୍ଦ୍ର ମହାରାଜ ଔଷଧ ଦୋକାନ ପାଖରେ ହୋଇଥିଲା। ଯାହାଦ୍ୱାରା ଔଷଧ ଦୋକାନର କିଛି ଅଂଶ କ୍ଷତି ଘଟିଥିଲା। ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ସମୀର କୁମାର ସେଠୀ ଙ୍କ ନେତୃତ୍ୱରେ କନେଷ୍ଟବଳ ବସନ୍ତ ଉପାଧେୟ, ଏସ. ସନ୍ତୋଷ, ଅଜୟ ମଲ୍ଲିକ, ଅସିୟ ଶବର ଓ ରଜନୀକାନ୍ତ ସେଠୀ ଗତକାଲି ବୁଗୁଡା ଅଞ୍ଚଳ ବିରଧନଞ୍ଜୟପୁର ଗ୍ରାମର ଶିବରାମ ପ୍ରଧାନ, ଦଣ୍ଡାସିବଞ୍ଜର ଗ୍ରାମର କାହ୍ନୁ ଚରଣ ନାୟକ, କୈଳାସ ନଗର ଗ୍ରାମର ସନ୍ତୋଷ କୁମାର ନାୟକ, କୃଷ୍ଣଶରଣପୁର ଗ୍ରାମର କାଳିଆ ପ୍ରଧାନଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କୁ ବେଆଇନ ସିମ୍ କାର୍ଡ ବଣ୍ଟନ କରିବାରେ କୋଦଳା ଥାନା ଅଞ୍ଚଳର ମୁଖ୍ୟ ବଣ୍ଟନ କାରି ଗୋବିନ୍ଦ ବାରିକ, ବେଗୁନିଆପଡା ଓଡନଇ ଗ୍ରାମର ବସନ୍ତ ଜେନା ଓ ମଠ ବ୍ରହ୍ମପୁର ଗ୍ରାମର ଗୌତମ କୁମାର ଗୁରୁ ସହଯୋଗ କରିଥିଲେ। ଏହି ସମସ୍ତ ୭ ଜଣଙ୍କୁ ଗତକାଲି ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା। ସଠିକ ପ୍ରମାଣ ପାଇବା ପରେ ଆଜି ଉକ୍ତ ୭ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ