ହାତୀଓଟ ଓ.ଏ.ଭି. ପରିଚାଳନା କମିଟି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟର ଓଡିଶା ଆଦର୍ଶ ବିଦ୍ୟାଳୟ (ଓ.ଏ.ଭି.) ପ୍ରାଙ୍ଗଣରେ ଜୁଲାଇ ୨୧ ତାରିଖ ଦିନ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି (ଭି.ଏମ. ଡି.ସି.)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ପୋଲସରା ବ୍ଲକ ବିଡ଼ିଓ ଧର୍ମରାଜ ପରିଡା, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ବିଦ୍ୟୁତ ବିଭାଗ ଏସ.ଡି.ଓ. ଶିବ ପ୍ରସାଦ ଲେଙ୍କା, ଏବିଇଓ ସ୍ୱରୂପ କୁମାର ପାତ୍ର, ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସ ଓ ହାତୀଓଟ ଓଏଭି ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ଅଞ୍ଚଳର ପ୍ରମୁଖ ଶିକ୍ଷାବିତମାନେ ଉପସ୍ଥିତ ଥିଲେ। ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇ ଭବିଷ୍ୟତରେ ଅଧିକ ସଫଳତା ପାଇଁ ପ୍ରେରଣା ଦେଇଥିଲେ। ଏଥି ସହିତ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଥିଲେ। ଛାତ୍ରୀ ନିବାସର କାର୍ଯ୍ୟକାରିତା, ସାଇକେଲ ଷ୍ଟାଣ୍ଡ ନିର୍ମାଣ, ନୂତନ ଶ୍ରେଣୀ ଗୃହ ନିର୍ମାଣ ସହ ବିଦ୍ୟାଳୟର ଅନ୍ୟାନ୍ୟ ନିର୍ମାଣ ଓ ଉନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ବିଦ୍ୟାଳୟର ଉନ୍ନତି ନିମନ୍ତେ ସଭାରେ ନିଜର ପ୍ରସ୍ତାବ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ