ବୋର୍ଡ ସାଟିଫିକେଟ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ  

ହାଟଡିହି, (ବିକାଶ ବିଶ୍ୱାଳ) :-ଗତ ୨୦୧୯/୨୦ ବର୍ଷ କୋଭିଡ ସମୟରେ ହାଟଡିହି ହାଇସ୍କୁଲରେ ୭୬ଜଣଙ୍କର ବୋର୍ଡ ପରୀକ୍ଷା ଫର୍ମ ପୁରଣ କରାଯାଇଥିଲା । ସେତେବେଳେ ଭୁଲ ବଶତଃ ଦୁଇଜଣ ପିଲାଙ୍କର ଫଟୋ ଅପଲୋଡରେ ଅଦଳ ବଦଳ ହୋଇଯାଇଥିବାରୁ ଭୁଲ ଫଟୋ ପ୍ରିଣ୍ଟ ଥିବା ସାର୍ଟିଫିକେଟ ମିଳିଥିଲା । ସେ ସାଟିଫିକେଟ ଦ୍ୱୟକୁ ଠିକ କରାଇବା ପାଇଁ ଫାଇନ ବାବଦକୁ ଅର୍ଥ ପୈଠ ସହ ପତ୍ରାଳାପ କରାଯାଇଥିଲା । କିନ୍ତୁ ବର୍ଷାଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିଲେବି ତାହା ଆଜି ପର୍ଯ୍ୟନ୍ତ ଠିକ ହୋଇ ଆସିପାରୁନି । ସ୍କୁଲ କର୍ତ୍ତୁପକ୍ଷ ବାରମ୍ବାର ବୋର୍ଡ ଅଫିସ ଯାଇ ଅସଫଳ ହେଉଛନ୍ତି । ଛାତ୍ର ଦ୍ୱୟ ମନସ୍ତାପରେ ରହିବା ସହ ସାଟିଫିକେଟ ପୈଠକ କରିପାରୁ ନଥିବାରୁ ବିଭିନ୍ନ ସୁଯୋଗ ହାତଛଡା କରୁଛନ୍ତି । ଏହାଦ୍ୱାରା ଅଭିଭବେକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଥାଉକି ଓଡିଶାର ବିଭିନ୍ନ ହାଇସ୍କୁଲରୁ ଏହିପରି ୨୦୧୯/୨୦ କୋଭିଡ ସମୟରେ ଅନେକ ସାର୍ଟିଫିକେଟ ସଂଶୋଧନ ପାଇଁ ବୋର୍ଡକୁ ଯାଇଥିବା ବେଳେ ବୋର୍ଡ କର୍ତ୍ତୁପକ୍ଷ କାହିଁକି ଯେ ତାହାକୁ ଠିକ ନକରି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ତାହା ଅଭିଭାବକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏଥିପ୍ରତି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ