ବୋଲ ବମ ହର ହର ବମ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଶ୍ରାବଣ ମାସର ପ୍ରଥମ ସୋମବାର ରେ ଚଳ ଚଞ୍ଚଳ ହୋଇ ପଡିଛି ଭଞ୍ଜନଗର ଅଞ୍ଚଳରବିଭିନ୍ନ ଶୈବ ପୀଠ।ଭଗବାନ ଙ୍କ ଉପରେ ଜଳ ଲାଗି କରିବା ପାଇଁ କାଉଡ଼ିଆଙ୍କର ଭିଡ ଜମୁଛି।ବୋଲ ବମ ଧ୍ବନି ପ୍ରକମ୍ପତ ହୋଉଛି।କାଉଡ଼ିଆମାନେ ବିଭିନ ନଦୀର ଜଳକୁ କଳସୀରେ ସ।ଗ୍ରହ କରି ତାକୁ ବହୁଙ୍ଗି ରେ ଦୁଇ ପଟେ ଝୁଲାଇ କାନ୍ଧରେ ନେବାର ଦୃଶ୍ୟ ବେଶ ମନୋରମ।ଭକ୍ତ ମାନେ ପ୍ରଥମେ ନଦୀ ପଠାରେ ବାଲିର ଶିବ ଲିଙ୍ଗ କରି ତାକୁ ରୀତି ନୀତି ଅନୁସାରେ ପୂଜା କରାଯାଏ ପରେ ଚାରିପଟେ ଭ୍ରମଣ କରିବା ପରେ ଖାଲି ପାଦରେ ଓ ଗେରୁଆ ବସ୍ତ୍ର ପରିଧାନ କରି ଶିବ ମନ୍ଦିର ଅଭି ମୁଖେ ବାହାରି ପଡନ୍ତି।ଏଥିରେ ବୟସ କିମ୍ବା ମହିଳା ପୁରୁଷ ତାରତମ୍ୟ ନ ଥାଏ ,ସବୁ ବର୍ଗର ଲୋକେ ନିଜର ଭକ୍ତି ଅନୁସାରେ ସାମିଲ ହୁଅନ୍ତି।ନିଜର ଅଭିଳାଷ ପୂରଣ ପାଇଁ ମାନସିକ ରଖିଥାନ୍ତି।ଏହି ପରି ପ୍ରେକ୍ଷୀ ରେ ଭଞ୍ଜନଗର ଅଞ୍ଚଳ ର ବହୁ ବୋଲ ବମ ଭକ୍ତ କମଳା ବାଡ଼ି ନଦୀ ପଠା, ଅନିକଟ, ନୂଆଗାଁ ନଦୀର ଜଳ ସଂଗ୍ରହ କରି ବାଞ୍ଚଶ୍ୱର ଶିବ ମନ୍ଦିର, ଗୋଲାପଡା ଶିବ ମନ୍ଦିର ,ବେଳେଶ୍ଵର ଶିବ ମନ୍ଦିର ଓ ସୋରଡା ପଞ୍ଚାନନ ମନ୍ଦିରରେ ଜଳଦାନ କରିଥିଲେ