ବୋହୁକୁ ଯୈାତୁକ ଜନିତ ନିର୍ଯ୍ୟାତନା ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ଥାନା ଅନ୍ତର୍ଗତ ଓଷକଣା ପଂଚାୟତ ଭଟଣା ଗ୍ରାମର ଦୀପକ ନାୟକଙ୍କ ପତ୍ନୀ ଝୁନିଲତା ନାୟକଙ୍କୁ ତାର ଶାଶୁ, ଶ୍ୱଶୁର, ସ୍ୱାମୀ ଅଧିକ ଯୈାତୁକ କରି ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ଝୂନିଲତା ଗୁରୁବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯେଗା ମୁତାବକ, ଗତ ୬ ମେ ୨୦୧୫ ରିଖରେ ଦୀପକ ଝୁନିଲତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ଶ୍ୱଶୁର ଘର ଦାବି ମୁତାବକ ରାସ୍ତା ଖର୍ଚ୍ଚ ସହିତ ସୁନା ଗହଣା ଆଦି ପ୍ରଦାନ କରାଯାଇଥିଲା । ଝୁନିଲତା କିଛିଦିନ ଶାଶୁ ଘରେ ରହିବା ପରେ ଅଧିକ ୧ ଲକ୍ଷ ଟଙ୍କା ଓ ପୁଅ ପାଇଁ ସୁନାର ବ୍ରେସଲେଟ ଆଣିବା ପାଇଁ ଶାଶୁ ଘର ପକ୍ଷରୁ ଝୁନିଲତାକୁ ବାଧ୍ୟ କରାଯାଇଥିଲା । ବାପଘର ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ଝୁନିଲତା ବାପାଙ୍କୁ ଏ ବିଷୟରେ ବାରମ୍ବାର ଅବଗତ କରାଊଥିଲେ । ଝୁନିଲତାର ବାପା ଆସି ତାର ଶ୍ୱଶୁର ଓ ଶାଶୁଙ୍କୁ ବୁଝାଇ ଝିଅକୁ ରଖିବା ପାଇଁ ଅନୁରୋଧ କରିଥିଲେ । ଇତିମଧ୍ୟରେ ଝୁନିଲତାର ୩ ବର୍ଷର ଏକ ଶିଶୁ ପୁତ୍ର ରହିଛି । ପୁଅର ଦେହ ଖରାପ ହୋଇଥିଲେ ମଧ୍ୟ ତାଙ୍କ ଶାଶୁଘର ଲୋକ ତାର କୌଣସି ଯତ୍ନ ନେଉ ନଥିôବା ବେଳେ ଡାକ୍ତରୀ ଚିକିତ୍ସା ମଧ୍ୟ କରି ନଥିଲେ । ଏପରିକି ଅଧିକ ଯୈାତୁକ ପାଇଁ ଝୁନିଲତାଙ୍କୁ ଶାରୀରିକ ଓ ମାନସିକ କଷ୍ଟ ଦେଇ ଆସୁଥିଲେ । ଅତ୍ୟଧିକ କଷ୍ଟ ପାଇବା ହେତୁ ଝୁନିଲତା ତାଙ୍କ ବାପାଙ୍କ ପାଖକୁ ଖବର ଦେଇଥିଲେ । ବାପା ଓ ଭାଇ ତାଙ୍କ ଶାଶୁଘର ଆସି ବୁଝା ସୁଝା କରି ଘରକୁ ଫେରିଥିଲେ । ଏହାପରେ ୧୪ ଅକ୍ଟୋବର ୨୦୧୯ରେ ଝୁନିଲତାର ସ୍ୱାମୀ ଦୀପକ ଏକ ଧାରୁଆ ଛୁରି ଧରି ଝୁନିଲତାକୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଶାଶୁ ଓ ଶ୍ୱଶୁର ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଗୋଡ ହାତକୁ ମାଡି ବସିଥିଲେ । ଝୁନିଲତା ଜୀବନ ବିକଳରେ ବାପ ଘରୁ ଟଙ୍କା ଆଣି ଦେବା ପାଇଁ ପ୍ରତିଶୃତି ଦେବା ପରେ ସେମାନେ ଛାଡି ଦେଇଥିଲେ । ଝୁନିଲତା ତାର ବାପଘରକୁ ଖବର ଦେବା ପରେ ତାଙ୍କ ପିୟୁସା ତାଙ୍କ ଶାଶୁ ଘରକୁ ଆସି ଶାଶୁ ଓ ଶ୍ୱଶୁରଙ୍କୁ ବିଝାଇଥିଲେ । ସେମାନେ ୧୫ ଅକ୍ଟୋବରରେ ବୁଝା ବୁଝି କରି ଯିବା ପରେ ପୁନର୍ବାର ୧୭ ଅକ୍ଟୋବର ସକାଳ ସମୟରେ ଝୁନିଲତାଙ୍କୁ ତାଙ୍କ ଶାଶୁ ଏକ ପନିକି ଧରି ହାଣିବାକୁ ଗୋଡେଇଥିଲେ । ସେହି ସମୟରେ ଝୁନିଲତାର ସ୍ୱାମୀ ଦିପକ ଝୁନିଲତାକୁ ଧରି ଏକ ଘରେ ପୁରାଇ ଦେଇ କିରୋସିନି ଢାଳି ମାରିବାକୁ ଉଦ୍ୟମ କରୁଥିଲେ । ଝୁନିଲତା ପ୍ରାଣ ବିକଳରେ ଚିତ୍କାର କରିବାରୁ ତାର ଶାଶୁଘର ଲୋକ ତାଙ୍କୁ ଏକ ଘରେ କବାଟ ବନ୍ଦ କରି ରଖିଥିଲେ । ସେହି ସମୟରେ ଝୁନିଲତା ପାଖରେ ଥିବା ମୋବାଇଲି ଫୋନରେ ଘରକୁ ଫୋନ କରିବାରୁ ତାଙ୍କ ବାପଘର ଲୋକ ପୋଲିସକୁ ନେଇ ତାଙ୍କୁ ଉଦ୍ଧରା କରିଥିବା ଝୁନିଲତା ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ କେସ ନଂ ୧୫୬/୧୯ ରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି ।