ବୋହୂକୁ ପିଟିଲେ ଅବସରପ୍ରାପ୍ତ ବିଚାରପତି

ହାଇଦ୍ରାବାଦ: ନିର୍ଯାତନାର ଶିକାର ହେଲେ ଜଣେ ନ୍ୟାୟ ପାଇବାକୁ ସର୍ବପ୍ରଥମେ କାର୍ଟଙ୍କ ଦ୍ୱାରସ୍ଥ ହୋଇଥାଏ । ଆଉ ବିଚାରପତିଙ୍କ ରାୟକୁ ସମ୍ମାନ ଜଣାଇ ଏହାକୁ ସ୍ୱୀକାର ମଧ୍ୟ କରି ନେଇଥାଏ । କାରଣ ବିଚାରପତିଙ୍କୁ ଆମେ ନ୍ୟାୟର ମୂର୍ତ୍ତି ବାଲି ବିବେଚନା କରିଥାଉ । ଯଦି ସେହି ବିଚାରପତିଙ୍କ ଘରେ ଅନ୍ୟାୟ ହୁଏ, ତେବେ ନ୍ୟାୟ କିଏ ଦେବ ବୋଲି ଉଠିଛି ପ୍ରଶ୍ନ । ଏକ ସିସିଟିଭି ଫୁଟେଜରୁ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଏହି ପ୍ରଶ୍ନ ଉଠିଛି ।
ଏହି ଭିଡିଓରେ ଜଣେ ମହିଳାଙ୍କୁ କିଛି ଲାକ ଘେରିଯାଇ ମାରପିଟ କରୁଛନ୍ତି । ତଳେ ପକାଇ ତାଙ୍କୁ ଅତି ଅମାନବୀୟ ଭାବେ ମାଡ଼ ମରାଯାଉଛି । ସେ ଯେତେ କାକୁତିମିନତି କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଏପରି ଅମାନବୀୟ କାଣ୍ଡ ଘଟାଉଥିବା ଯୌତୁକ ଲାଭି ରାକ୍ଷସଙ୍କ ପରିଚୟ ଜାଣିଲେ, ଆପଣଙ୍କ ହୋସ୍ ଉଡ଼ିଯିବ । ମହିଳାଙ୍କୁ ଏପରି ବ୍ୟବହାର କରୁଥିବା ଲାକମାନେ ହେଲେ ତାଙ୍କ ସ୍ୱାମୀ ନୁଟି ବଶିଷ୍ଟ, ଶ୍ୱଶୁର ଜଷ୍ଟିସ୍ (ଅବସରପ୍ରାପ୍ତ) ଏନ୍ ରାମମୋହନ ରାଓ ଏବଂ ଶାଶୂ । ମହିଳାଙ୍କ ଶ୍ୱଶୁର ମାଡ୍ରାସ୍ ଓ ହାଇଦ୍ରାବାଦ୍ ହାଇକୋର୍ଟରେ ବିଚାରପତି ଥିଲେ । ଭିଡିଓରେ ଦୁର୍ବ୍ୟବହାରର ଶିକାର ହେଉଥିବା ମହିଳାଙ୍କ ନାଁ ସିନ୍ଧୁ ଶର୍ମା (୩୦) ।
ଏ ଘଟଣା ନେଇ ସେ ଶ୍ୱଶୁର ଘରର ସଦସ୍ୟଙ୍କ ବିରାଧରେ ଯୌତୁକ, ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି । ଛାଡ଼ପତ୍ର ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।
୨୦୧୨ରେ ଜଷ୍ଟିସ୍ ରାମମୋହନ ରାଓଙ୍କ ପୁଅ ନୁଟି ବଶିଷ୍ଟଙ୍କ ସହ ସିନ୍ଧୁଙ୍କ ବିବାହ ହାଇଥିଲା । ତେବେ ଏହାର କିଛି ବର୍ଷ ପରେ ହିଁ ତାଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା ବୋଲି ସିନ୍ଧୁ କହିଛନ୍ତି । ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ସିସିଟିଭି ଭିଡିଓଟି ଗତ ଏପ୍ରିଲ୍ ମାସର ଯାହା ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସାମ୍ନାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ