ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସରକାର ପ୍ରଣୟନ କରିଥିବା ସମସ୍ତ ଯୋଜନା କିଭଳି ଭାବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ନୂଆ କରି ଆରମ୍ଭ କରିଛନ୍ତି ୫ଟି । ଏହାଦ୍ୱାରା ସାଧାରଣ ଲୋକଟିଏ ସରକାରୀ ଯୋଜନାର କିଭଳି ଭାବେ ଫାଇଦା ପାଇପାରିବ ସେଥିନେଇ ତତ୍ପର ହୋଇପଡିଛନ୍ତି ସରକାର । କିନ୍ତୁ ତୃଣ ମୂଳ ସ୍ତରରେ ଏହାର ବାସ୍ତବ ରୁପ ଅଲଗା । ତାହାର ଏକ ଜ୍ୱଳନ୍ତ ଉଦାହରଣ ମିଳିଛି ବ୍ରହ୍ମପୁର ମହାନଗରନିଗମରେ । ସରକାରଙ୍କ କୌଣସି ଯୋଜନା ତାପାଖରେ ପହଞ୍ଚି ପାରି ନଥିବାରୁ ସେ ବିଏମସି କମିଶନଙ୍କ ଦ୍ୱାରସ୍ଥ୍ୟ ହୋଇଛି । ପୁରୁଣା ବ୍ରହ୍ମପୁରସ୍ଥିତ ଆଇନାବନ୍ଧ ସାହିରେ ଦୀର୍ଘ ୪୦ ବର୍ଷ ହେବ ଏକ ଭଡାଘରେ ରହି ବୁଲି ବୁଲି ଚଣା ବିକ୍ରୟ କରି ନିଜ ପରିବାର ପ୍ତତିପୋଷଣ କରୁଛନ୍ତି ୬୧ ବର୍ଷିୟ ଡମ୍ବୁରୁ ବାଡତ୍ୟା । ତାଙ୍କର ଦୁଇ ପୁଅ ଦିବ୍ୟାଙ୍ଗ ହୋଇଥିବାରୁ ସେମାନଙ୍କ ଚିକିତ୍ସା ନିମନ୍ତେ ସେ ନିଜର ସମସ୍ତ ରୋଜଗାରକୁ ଖର୍ଚ୍ଚ କରିଦିଅନ୍ତି । ସେ ବର୍ତ୍ତମାନ ସେ ବାର୍ଦ୍ଧକ୍ୟ ହୋଇଥିବାରୁ କିପରି ତାଙ୍କର ପରିବାର ପ୍ରତିପୋଷଣ ହେବା ସହ ତାଙ୍କର ଦିବ୍ୟାଙ୍ଗ ପୁଅର ସଠିକ ଚିକିତ୍ସା ହୋଇପାରିବ ସେନେଇ ଭାଙ୍ଗିପଡିଛନ୍ତି ଡମ୍ବୁରୁ । ସୁଚନାନୁସାରେ ସ୍ୱଳ୍ପ ଆୟ ଓ ଚିକିତ୍ସା ଅଭାବରୁ ସେ ଗୋଟିଏ ପୁଅକୁ ହରାଇ ସାରିଛନ୍ତି । ତେବେ ଯଦି ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ମିଳିପାରନ୍ତା ତାହେଲେ ତାଙ୍କର ୨୨ବର୍ଷିୟ ପୁଅ କୁଠାରୀ ବାଡାତ୍ୟାର ସଠିକ ଚିକିତ୍ସା ହୋଇପାରନ୍ତା ବୋଲି କୋହଭରା କଣ୍ଠରେ ଗଣମାଧ୍ୟମକୁ ଜଣାଇଛନ୍ତି । ଅନ୍ୟପଟେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଖଣ୍ଡେ ଯୋଗାଇଦେବା ସହ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ