ବୌଦ୍ଧ- ପୁରୁଣାକଟକ ନିକଟରେ ସଡକ ଦୁର୍ଘଟଣା, ଜଣେ ମୃତ ଓ ୩ ଗୁରୁତର
ବୌଦ୍ଧ, (ଯୁଗାବ୍ଦ ନ୍ୟୁଜ ) ବୌଦ୍ଧ- ପୁରୁଣାକଟକ ଥାନା ଜାତୀୟ ରାଜପଥର କଖାରଫାଳ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏକ ସ୍ୱିଫ୍ଟ କାର ସହିତ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ପରେ ୧୦ ଫୁଟ ରାସ୍ତା ତଳକୁ ଉଭୟ ଗାଡି ଖସିବା ପରେ ସ୍ୱିଫ୍ଟ କାର ଗାଡ଼ିରେ ଥିବା ଚାଳକ ଙ୍କ ସମେତ ୩ ଗୁରୁତର । ବାଇକରେ ଥିବା ନବଦମ୍ପତି ଙ୍କ ମଧ୍ୟରୁ ସ୍ୱାମୀ ମୃତ ସ୍ତ୍ରୀ ର ଅବସ୍ଥା ସଙ୍କଟାପନ୍ନ ହୋଇଛି । ସ୍ଥାନୀୟଲୋକେ ଗୁରୁତରଙ୍କୁ ଆଡେଣିଗଡ଼ ଓ ପରେ ପୁରୁଣାକଟକ ଡାକ୍ତରଖାନା ରେ ଭର୍ତିକରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୁଚନାଯୋଗ୍ୟ , ମୃତକ ହେଲେ , ସନ୍ତୋଷ କଣ୍ଟି ।