ବୌଦ୍ଧ ମନ୍ଦିରରେ ସରକାରୀ ନିୟମକୁ ଫୁ କରି ଗାଇଲେ ବନ୍ଦେ ଉତ୍କଳ ଜନନୀ

ମୋହନା, (ଅଂଶୁମାନ ପଣ୍ଡା):କରୋନା ମୁକାବିଲା ପାଇଁ ଅହରହ ସେବା ଯୋଗାଇ ଆସୁଥିବା ଆଗଧାଡିର ଯୋଦ୍ଧାକୁ ଉତ୍ସାହିତ କରିବା ପାଇଁ ଶନିବାର ସନ୍ଧ୍ୟା ୫.୩୦ ମିନିଟରେ ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ନିଜ ନିଜ ସ୍ଥାନରେ ସାମାଜିକ ଦୁରତ୍ୱ ବଜାର ବନ୍ଦେ ଉତ୍କଳ ଜନନୀ ସଙ୍ଗିତ ଗାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନୁଯାୟୀ ସମସ୍ତ କାର୍ଯ୍ୟାଳୟଗୁଡିକରେ ଏହାକୁ ପାଳନ କରିଥିବା ବେଳେ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏପରିକି ଖୋଦ ସରକାରୀ ଦାୟୀତ୍ୱରେ ଥିବା ଆଗଧାଡିର ଜଣେ ଯୋଦ୍ଧା ନିୟମକୁ ଭୁଲିଯାଇଥିଲେ । ଗଜପତି ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବିଭିନ୍ନ ପର୍ଯଟନ ସ୍ଥଳିଗୁଡିକରେ ସାଧାରଣ ଲୋକଙ୍କ ନେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗିତ ଗାନ କରାଯାଇଥିବା ବେଳେ ମୋହନା ବ୍ଳକ ଜିରାଙ୍ଗ ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ମୋହନା ତହସିଲଦାରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । କିନ୍ତୁ ସେହି କାର୍ଯ୍ୟକ୍ରମରେ ତହସିଲଦାର ମୋହନା ସରସ୍ୱତି ଶିଶୁ ମନ୍ଦିରର ୨୫ ଜଣ ଛାତ୍ରିମାନଙ୍କୁ ଏକ ସ୍କୁଲ ବସ ଯୋଗେ ସେଠାକୁ ନେଇ ସେଠାରେ ସଙ୍ଗିତ ଗାନ କରାଇଥିଲେ । କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ କିଛି ଲୋକ ଏହାକୁ ସମାଲୋଚନା କରିଛନ୍ତି । ବର୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ଶିଶୁ ଓ ବୟୋଜେଷ୍ଠ ମାନେ ଘରେ ରହିବାକୁ ବାରମ୍ବାର ସରକାର ଗୁରୁତ୍ୱାରୋପ କରିଆସୁଥିବା ବେଳେ ତହସିଲଦାର ଖୋଦ ନିଜେ ମାଜିଷ୍ଟେଟ ଦାୟୀତ୍ୱ ଥାଇ ଶିଶୁମାନଙ୍କୁ ନେଇ କିଭଳି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରାଇଲେ ତାହା ସାଧାରଣଙ୍କ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବାର ସମୀର ଦାଶ କହିଛନ୍ତି ,ପିଲାଙ୍କୁ କୌଣସି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରାଇବା ସେଭଳି ସରକାରଙ୍କ ନିର୍ଦ୍ଦେଶ ନାହିଁ । କିନ୍ତୁ ଜନସାଧାରଣ ନିଜ ନିଜ ଘରେ ରହି କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ସଙ୍ଗିତ ଗାନ କରିବା ପାଇଁ ନିର୍ଦ୍ଦେଶ କରିଥିଲୋ ଯଦି ସେଭଳି ଘଟଣା ଘଟିଛି, ତେବେ ତାହାକୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ମୋହନା ଥାନା ପରିସରରେ ଥାନା ଅଧିକାରୀଙ୍କ ତତ୍ୱାବଧାନରେ କର୍ମଚାରୀମାନଙ୍କୁ ନେଇ ସଙ୍ଗିତ ଗାନ କରାଯାଇଥିବା ବେଳେ ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡିଓ ବଂଶିଧର ଖୋସଲାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେହିପରି ଯୁବକ ସଂଘ ତଥା ସ୍ୱେଚ୍ଛା ସେବୀ ଅନୁଷ୍ଠାନଗୁଡିକରେ ମଧ୍ୟ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ