ବଜ୍ରପାତରେ ଜଣେନାବାଳିକା ମୃତ ଅନ୍ୟ ଜଣେ ଗୁରୁତର
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ ଇସ୍କାବନ୍ଧ ଗ୍ରାମରେ ବିଜୁଳି ମାରି (ବଜ୍ରପାତ) ଜଣେ ଆଠ ବର୍ଷର ନାବଳିକାର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ନାବାଳକ ଗୁରୁତର ଥିବା ଜଣା ପଡିଛି । ଗ୍ରାମ ନିକଟ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ଘଡ ମାରିଥିଲା ଜଙ୍ଗଲରୁ ଗ୍ରାମକୁ ଦୁଇ ଜଣ ଝିଅ ଫେରୁଥିବା ବେଳେ ରାସ୍ତାରେ ବଜ୍ରପାତ ମାରିଥିଲା । ଘଟଣା ସ୍ଥଳରେ ହିଁ ଜଣେ ଝିଅର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟଜଣେ ଝିଅ ଗୁରୁତର ହୋଇ ପଡ଼ିଥିଲେ । ଗ୍ରାମବାସୀ ମାନେ ଖବର ପାଇ ଉଦ୍ଧାର କରି ପ୍ରଥମେ ଜନବାଇ ହସ୍ପିଟାଲରେ ଗୁରୁତର ଝିଅକୁ ଚିକିତ୍ସା କରାଇଥିଲେ ପରେ ଅଧିକ ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ମୃତ ଝିଅର ନାମ ସରୋଜା ଦୁରୀ ହୋଇଥବାବେଳେ ଗୁରୁତର ଝିଅର ନାମ ଛିନ୍ନମା କୋଲେମୁ ବୋଲି ଜଣା ପଡ଼ିଛି । ଉଭୟଙ୍କ ବୟସ ୮ ରୁ ୧୦ବର୍ଷ ହବ ବୋଲି ଜଣା ପଡ଼ିଛି ।