ବ୍ରହ୍ମପୁରରେ ଗୃହରକ୍ଷୀ ଦିବସ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ସହରର ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ୫୭ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗଦେଇ ଓଡିଶା ପୋଲିସର ଗୃହରକ୍ଷୀ ବାହିନୀ ଏକ ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ବୋଲି କହିବା ସହ ଏମାନଙ୍କର କାର୍ଯ୍ୟଶୈଳୀ , ଦକ୍ଷତା ତଥା ସେବା ମନୋବୃତ୍ତିକୁ ପ୍ରଶଂସା କରିଥିଲେ ।  ସମ୍ମାନୀତ ଅତିଥୀଭାବେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗଦେଇ ଗୃହରକ୍ଷୀମାନଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ଏହା ସହ ଉଭୟ ସତ୍ୟବ୍ରତ ଭୋଇ ଓ ପିନାକ ମିଶ୍ର ବ୍ରହ୍ମପୁର ଜିଲ୍ଲା ଗୃହରକ୍ଷୀ ବାହିନୀ ଦ୍ୱାରା ଆୟୋଜିତ ପ୍ୟାରେଡକୁ ଅଭିଭାଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ