ବ୍ରହ୍ମପୁରରେ ସଟ୍ ଡ଼ାଉନ୍ କଟକଣା
ବ୍ରହ୍ମପୁର, (ଅନିଲ କୁମାର):ସଟ୍ ଡ଼ାଉନ୍ କଟକଣା ଯୋଗୁଁ ବ୍ରହ୍ମପୁରରେ ରାତ୍ର ତମାମ ବିଭିନ୍ନ ବଜାର ସମେତ ଅନ୍ୟାନ୍ୟ ଅଞ୍ଚଳ ଜନଶୂନ୍ୟ ପରିଲକ୍ଷିତ ହୋଇଛି । ଦୋକାନ ବଜାର ସହ ଗାଡ଼ି ଚଳାଚଳ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିବା ଫଳରେ ରାସ୍ତାଗୁଡ଼ିକ ଖାଲି ଖାଲି ଲାଗୁଛି । ତେବେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତନଖି କରାଯିବା ସହ ସତର୍କ ଦୃଷ୍ଟି ରଖାଯାଇଛି । କରୋନା ମହାମାରୀର ଶୃଙ୍ଖଳା ଭାଙ୍ଗିବା ପାଇଁ ଏପରି ୪୮ ଘଣ୍ଟିଆ ସଟ୍ ଡ଼ାଉନ୍ ଘୋଷଣା କରାଯାଇଛି ।


