ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ: ଦଲାଲ୍ ଗିରଫ, ଯୁବତୀ ଉଦ୍ଧାର
ବ୍ରହ୍ମପୁର, (ଅନିଲ କୁମାର): ରେଶମ ସହର ବ୍ରହ୍ମପୁରରେ ପୁଣି ଧରା ପଡିଛି ସେକ୍ସ ର୍ୟାକେଟ । ଗୁପ୍ତ ସୂତ୍ରକୁ ଆଧାର କରି ବ୍ରହ୍ମପୁର ସଦରଥାନା ଏସ୍ଡିପିଓ ଜୟନ୍ତ ମହାପାତ୍ର ଶକ୍ତିନଗର ଷଷ୍ଠ ଗଳିରେ ଥିବା ଏକ ଭଡ଼ା ଘରେ ଚଢ଼ାଉ କରିଥିଲେ । ଉକ୍ତ ଘରେ ଚଢ଼ାଉ କଲା ବେଳେ ଦଲାଲ୍ ସହ ଜଣେ ଯୁବତୀଙ୍କୁ ପୋଲିସ କାବୁ କରିଥିଲା । ଏହା ସହିତ ସେହି ଘରୁ କେତେକ ସେକ୍ସ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଉକ୍ତ ସାହିର ବାସିନ୍ଦାଙ୍କ କହିବା ମୁତାବକ ଏଠାରେ ପ୍ରାୟ ଏହିପରି ବହୁ ଝିଅ ରହି ଆସୁଥିଲେ । ପ୍ରାୟତଃ ୫ ରୁ ୧୦ ଝିଅ ଏହି ଘରେ ରହି ତାଙ୍କର ଦେହ ବ୍ୟବସାୟ କରୁଥିବା ଅଭିଯୋଗ କରିଛନ୍ତି । ତେବେ ରାତିକ ପ୍ରାୟ ୧ ହଜାରରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଦେହବ୍ୟବସାୟୀ ମାନେ ଗ୍ରାହକଙ୍କ ଠାରୁ ଆଦାୟ କରୁଥିବା ବେଳେ, ଏହି କାର୍ଯ୍ୟ ଏଠାରେ ବହୁ ଦିନରୁ ଚାଲି ଆସୁଥିବା ଉକ୍ତ ଅଞ୍ଚଳର ଲୋକେ ପୋଲିସକୁ କହିଛନ୍ତି । ବ୍ରହ୍ମପୁରର ବିଏନ୍ପୁର ଥାନା , ବଡ଼ବଜାର ଥାନା, ଟାଉନ୍ଥାନା, ଗୋଷାଣୀନୂଆଗାଁ ଥାନା ଅଞ୍ଚଳରେ ଥିବା ବହୁ ଲଜ୍ ତଥା ଭଢ଼ା ଘରେ ଏପରି ଦେହ ବ୍ୟବସାୟ ଚାଲୁଥିବା ବେଳେ ଏହାକୁ ପୋଲିସ ଧରି ପାରୁନି କି ସେ ନେଇ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁ ନଥିବାରୁ ଦେହବ୍ୟବସାୟୀମାନେ ଖୁଲମଖୋଲା ଭାବେ ଜନବସତି ଅଞ୍ଚଳ ତଥା ଭଡ଼ା ଘରେ ସେମାନଙ୍କ ବ୍ୟବସାୟ ଚଳାଇଛନ୍ତି । ଏପରିକି ତେକେ ଲଜ୍ରେ ମଧ୍ୟ ଏହି ଦେହ ବ୍ୟବସାୟ ଚାଲୁଥିବା ବେଳେ ପୋଲିସ ବଟି ଆଦାୟ କରି ନିରବଦ୍ରଷ୍ଟା ସାଜିଛି । ତେବେ ଗିରଫ ହୋଇଥିବା ଦଲାଲ୍କୁ ପୋଲିସ ଅଧିକ ପଚରାଉଚରା କରୁଥିବା ବେଳେ ସେ ଏନେଇ ବହୁ ତଥ୍ୟ ପୋଲିସକୁ ପ୍ରଦାନ କରିଛି । ବ୍ରହ୍ମପୁର ବହୁ ବଡ଼ ବଡ଼ ଲଜ୍ରେ ଏପରି କାରବାର ଚାଲିଥିବା ସେ ପ୍ରକାଶ କରିଛି । ପୁଣି ଥରେ ଲଜ୍ ଗୁଡିକୁ ଆଗ ଭଳି ଚଢ଼ାଉ କରାଗଲେ ବହୁ ତଥ୍ୟ ସମ୍ମାନକୁ ଆସିବ ବୋଲି ସାଧାରଣରେ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।