ପୁଣି ‌ବ୍ର‌ହ୍ମପୁର ସ‌କ୍ରିୟ ହେଲେ ଚୋର ଗ୍ୟାଙ୍ଗ୍: ଲୁଟିନେଲେ ୨ଲକ୍ଷ ଟଙ୍କା ଓ ସୁନା

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବୋରିଗାଁ ନିକଟସ୍ଥ ବି.ଜଗନ୍ନାଥପୁର ଗ୍ରାମରେ ଜଣେ ବ୍ୟବସାୟୀଙ୍କ ତେଜରାତି ଦୋକାନରୁ ପ୍ରାୟ ୨ଲକ୍ଷ ଟଙ୍କା ଓ ୫ଭରି ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋକାନ ଘରର ବାରିପଟ କବାଟ ଭାଙ୍ଗି ଭିତରେ ପଶି ଚୋରି କରିଥିବା ପୋଲିସ ସନ୍ଦେହ କରୁଛି।ବି.ଜଗନ୍ନାଥପୁର ଗ୍ରାମରେ ଏମ୍‌. ଗୌରହରିଙ୍କ ଏକ ତେଜରାତି ଦୋକାନରୁ ଏହି ଚୋରି ହୋଇଛି, ଗତରାତି ସେ ଦୋକାନ ବନ୍ଦ କରି ବାରଣ୍ଡାରେ ଶୋଇଥିଲେ। ସକାଳୁ ଉଠି ଦୋକାନ ଭିତରକୁ ଯାଇ ଦେଖିବା ବେଳେ ଜିନିଷପତ୍ର ଫିଙ୍ଗା ଫୋପଡ଼ା ହୋଇଥିଲା। ଦୋକାନ ଘରେ ଥିବା ଛୋଟ ଆଲମାରିଟି ମଧ୍ୟ ଗାଏବ ଥିବା ଜଣାପଡ଼ିଥିଲା। ଦୋକାନ ଘର ପଛପଟ କବାଟ ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ। ବହୁ ଖୋଜାଖୋଜି ପରେ ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ ଆଲମାରିଟି ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ଆଲମିରା ଭିତରେ ଥିବା ପ୍ରାୟ ୨ଲକ୍ଷ ଟଙ୍କା ଓ ୫ ଭରି ସୁନା ଗହଣା ଚୋରି ହୋଇଥିବା ଜଣାପଡ଼ିଥିଲା। ଏ ନେଇ ସଦର ଥାନା ପୁଲିସ କେସ୍ ନମ୍ବର ୧୦୩/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ