ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ନବରାତ୍ର ପୂଜା ଆରମ୍ଭ
ବ୍ରହ୍ମପୁର, (ଶ୍ରାବଣୀ ନାୟକ) : ରବିବାର ଠାରୁ ମା’ ଙ୍କ ନବରାତ୍ର ପୂଜା ମହା ଆଡମ୍ବରରେ ବ୍ରହ୍ମପୁର, ମହାନଗର ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ମ ହାନଗର ନିକଟ ମା ବୁଢୀ ଠାକୁରାଣୀ , ସବରେଜିଷ୍ଟର କାର୍ଯ୍ୟାଳୟ ନିକଟସ୍ଥ କାଳିକା (ସାନ ଠାକୁରାଣୀ ) ମନ୍ଦିର , ଆଇନାବନ୍ଧସାହି , ନିକଟସ୍ଥିତ କୋଠାରୀ ମନ୍ଦିର , ବ୍ରହ୍ମପୁର ଉପକଣ୍ଠସ୍ଥ ମା ମହୁରୀ କାଳୁଆ ମନ୍ଦିର, ସିଦ୍ଧ ଭୈରବୀ ମନ୍ଦିର, ୍ରସିଦ୍ଧ ଶକ୍ତି ପୀଠ ତାରା ତାରିଣୀମନ୍ଦିର ସମେତ ମହାନଗର ଅନ୍ତର୍ଗତ ବିଭିନ୍ନ ଦଣ୍ଡକାଳୀ, ଗ୍ରାମଦେବୀ ଓ ଠାକୁରାଣୀ ମନ୍ଦିର ଗୁଡିକରେ ମାଙ୍କର ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏଥିସହ ଅସ୍ଥାୟୀ ମଣ୍ଡ ଗୁଡିକ ଥା କମାଲ୍ଲୀ, କୋର୍ଟପେଟା ଛକ, ବିଜିପୁର , ସେଲଟେକ୍ସ ଛକ ,ଗିରିଜା ଛକ , ପୁରୁଣା ବସଷ୍ଟାଣ୍ଡ , ଦଳୁଆ ସାହି , ଓ ଗିରିମାର୍କେଟ ପ୍ରମୁଖ ସ୍ଥାନରେ ମା ଙ୍କ ମୃଣ୍ମୟ ପ୍ରତିମା ସ୍ଥାପନା କରାଯାଇ ପୂଜା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷା ସତ୍ତେ୍ୱ ବିଭିନ୍ନ ଅସ୍ଥାୟୀ ମଣ୍ଡପ ଓ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବାବେଳେ ଭକ୍ତମାନେ ଅଖଣ୍ଡ ଦ୍ୱିପ ପ୍ରଜ୍ୱଳନ ସହ ଫୁଲ ,ବେଲପତ୍ର, ହଳଦୀ, କୁଙ୍କୁମ ଦ୍ୱାରା ମାଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏଥିସହ ବ୍ରହ୍ମୁର ସହରର ଅନ୍ୟତମ ପ୍ରସିଦ୍ଧ ଗୋଷାଣିନୂଆଁଗାଁସ୍ଥିତ ମାଁ କାଳୁଆଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଏଠାରେ ମାଙ୍କ ରୀତିନୀତି ଅନୁଯାୟୀ ପୂଜା ଚାଲିଥିବା ବେଳେ ଆସନ୍ତା କୁମାରୁର୍ଣ୍ଣିମା ପର୍ଯ୍ୟନ୍ତ ଯାତ୍ରା ଚାଲୁ ରହିବ ।