ବ୍ରହ୍ମପୁରର ବିଭିନ୍ନ ସମସ୍ୟାର ସମାଧାନ ନେଇ ବିଜେପିର ବୈଠକ
ବ୍ରହ୍ମପୁର, (ଅନିଲ କୁମାର): ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ବିଧାନ ସଭା ଆସ୍କାରୋଡରେ ବ୍ରହ୍ମପୁରର ବିଭିନ୍ନ ସମସ୍ୟାର ସମାଧାନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଭାବଗ୍ରାହୀ ପାଳଙ୍କ ମଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିରୂପେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୁଷଣ ଜେନା ଯୋଗଦେଇ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ମହତ୍ୱ ଏବଂ ବୁଥ୍ କମିଟି ଉପରେ ମାର୍ଗ ଦର୍ଶନ କରିଥିଲେ । ଅତିଥିଭାବେ ପୂର୍ବତ୍ତନ ଜିଲ୍ଲା ବିଜେପି ସଭାପତି କାହ୍ନì ଚରଣ ପତି ଯୋଗଦେଇଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ଗୋପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସୁରେଶ ସାହୁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଶ୍ରୀରାମ ନଗର ଶାନ୍ତିମାର୍ଗ ଚତୁର୍ଥ ଲାଇନ୍ରେ ତୁରନ୍ତ ଡ୍ରେନ୍ ନିର୍ମାଣ କରିବା, ଶ୍ରୀରାମ ନଗର, ହରିଡ଼ାଖଣ୍ଡି ବଡ଼ବନ୍ଧ, ମାଣ୍ଡିଆବନ୍ଧର ସଫେଇ ଓ ସ୍ନଶାନର ତୁରନ୍ତ ପୁନରୁଦ୍ଧାର କରିବା, ପିଚିପିଚା ନଗରର ଡ୍ରେନ ସଫେଇ କରିବା, ଚନ୍ଦନ ପାହାଡ଼ ବସ୍ତିରେ ରହୁଥିବା ୧୫୦ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସମେତ ଅନ୍ୟାନ୍ୟ ସମସ୍ୟା ନେଇ ଏଠାରେ ଆଲୋଚନା କରାଯାଇଥିଲା । ଏଥିରେ ଉପସଭାପତି ନିରଞ୍ଜନ ପାଣିଗ୍ରାହୀ, ରାମ କୁମାର ପାତ୍ର, ପ୍ରଭାତ ଷଡ଼ଙ୍ଗୀ, ବାଳକୃଷ୍ଣ ସାମନ୍ତରା, ସନ୍ତୋଷ ପାଣିଗ୍ରାହୀ, ଶିବ ପ୍ରସାଦ ପାତ୍ର , ଚନ୍ଦନ ସାହୁ, କିରଣ ସାହୁ, ମନୋଜ ମହାରଣାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।