ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ

ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ପାଳନ କରାଯାଇଅଛି | ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ,(ଭା.ପ୍ର.ସେ.) ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଘ୯.୧୫ମି ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ମହାତ୍ମା ଗାନ୍ଧୀ ଅହିଂସା ର ପ୍ରତୀକ ଥିଲେ l ତାଙ୍କରି ଅହିଂସା ନୀତି ରେ ଦେଶ ସ୍ବାଧୀନ ହୋଇଥିଲା l ଅହିଂସା ହେଉଛି ପରମ ଧର୍ମ ଓ ପ୍ରଗତୀ ର ମୂଳ ମନ୍ତ୍ର ଏହାର ଉଦାହରଣ ହେଉଛି ଆମ ସ୍ଵାଧୀନତା ଆନ୍ଦୋଳନ l ଭାରତ ଜାତି ,ଧର୍ମ, ବର୍ଣ୍ଣ ବିଭିନ୍ନତା ମଧ୍ୟରେ ଏକତା ହୋଇ ରହିଛି l ସାରା ବିଶ୍ବ ରେ ଭାରତ ଏକ ଶାନ୍ତିପୂର୍ଣ୍ଣ ଦେଶ ଭାବରେ ଖ୍ୟାତି ଅର୍ଜନ କରିଛି l ଶାନ୍ତି ନଥିଲେ ପ୍ରଗତି ସମ୍ଭବ ନୁହେଁ ଆଜି ଆମ ଦେଶ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,ଯୋଗାଯୋଗ କ୍ଷେତ୍ରରେ ବହୁ ଉନ୍ନତି କରିଛି ବୋଲି ନିଜର ଅଭିଭାଷଣ ରେ କହିଥିଲେ lଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ,(ଭା.ପ୍ର.ସେ.), ଉପ-ଜିଲ୍ଲାପାଳ-ତଥା-ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀ ଆଶୁତୋଷ କୁଲକର୍ଣୀ (ଭା.ପ୍ର.ସେ.), ବ୍ରହ୍ମପୁର, ଡ଼ଃ ଶ୍ରବଣ ବିବେକ ଏମ (ଭା.ପୋ.ସେ.), ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର, ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ,ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ | ସ୍ଵାଧୀନତା ଦିବସ ଉପଲକ୍ଷେ ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଶାରୀରିକ କ୍ରୀଡା ପ୍ରତିଯୋଗୀତା କନିଷ୍ଠ ରେ ପ୍ରଥମ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଓ ନ୍ୟୁ ଡି ପଲ୍ ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି ବରିଷ୍ଠ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡି ପଲ୍ ସ୍କୁଲ ଓ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଛନ୍ତି ସଂକଳ୍ପ ସିନିୟର୍ ସେକେଣ୍ଡାରୀ ସ୍କୁଲ ,ରଳବା l ଆଜି ପ୍ୟାରେଡ ରେ ମୋଟ ୩୮ଗୋଟି ପ୍ଲାଟୁନ୍ ଅଂଶ ଗ୍ରହଣ କରିଥିଲେ ଶ୍ରୀ ଏମ ଲକ୍ଷ୍ମୀ ରଞ୍ଜନ ଆର୍.ଆଇ. ଅଫ୍ ପୋଲିସ୍,ବ୍ରହ୍ମପୁର ପ୍ୟାରେଡ଼ ପରିଚାଳନା କରିଥିବାବେଳେ ଶ୍ରୀ ପ୍ରସନ୍ନ କୁମାର ଦାଶ ସର୍ଜଣ୍ଟ ପ୍ୟାରେଡ୍ ସେକେଣ୍ଡ ଇନ୍ କମାଣ୍ଡ ଭାବେ ସହଯୋଗ କରିଥିଲେ | ସିନିୟର୍ ଡିଭିଜନ ଏନସିସି ରେ ଖଲ୍ଲିକୋଟ ୟୁନିଭରସିଟି ନାଭାଲ ପ୍ରଥମ ଓ ସିଟି କଲେଜ ବ୍ରହ୍ମପୁର ଦ୍ୱିତୀୟ l ଜୁନିୟର ଡିଭିଜନ ଏନସିସି ବାଳିକା ରେ ପ୍ରଥମ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବାସୁଦେବ ନଗର ଓ ଦ୍ୱିତୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆର୍ମି) l ଜୁନିୟର ଡିଭିଜନ ଏନସିସି ବାଳକ ରେ ସିଟି ହାଇ ସ୍କୁଲ ଏୟାର ଉଇଙ୍ଗ ପ୍ରଥମ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଗଜପତି ନଗର ଦ୍ୱିତୀୟ l ସ୍କାଉଟ ଓ ଗାଇଡ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ନୀଳକଣ୍ଠ ନଗର ଓ ଦ୍ୱିତୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ମିନାକ୍ଷୀ ନଗର l ସବ୍ ଜୁନିୟର ଡିଭିଜନ ସିଭିଲିୟନ୍ ରେ ପ୍ରଥମ କେ ସି ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ଗୁରୁ ନାନକ ପବ୍ଲିକ ସ୍କୁଲ l ସେହିପରି ଜୁନିୟର ଡିଭିଜନ ସିଭିଲିୟନ ରେ ପ୍ରଥମ ହୋଲି ଅଞ୍ଜେଲ ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ବାପୁଜୀ ଶିଶୁ ମନ୍ଦିର ଅଙ୍କୁଲି l ସିନିୟର୍ ଡିଭିଜନ ସିଭିଲିୟନ୍ ରେ ଡି ପଲ୍ ସ୍କୁଲ ପ୍ରଥମ ଓ ସଂକଳ୍ପ ସିନିୟର୍ ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ତାଙ୍କ ବିଭାଗୀୟ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ , ରାମ ମୂର୍ତ୍ତି ଆଚାରୀ, ରବୀନ୍ଦ୍ର ସାହୁ, ମମତା ମହାନ୍ତି ସହଯୋଗ କରିଥିଲେ | ମୂଖ୍ୟ ଅତିଥିଙ୍କ ଖଲିକୋଟ ଷ୍ଟାଡିୟମ ର କାର୍ଯ୍ୟକ୍ରମ ସମାପ୍ତ ପରେ ପାଲୁର ହିଲ ସମନ୍ୱିତ ସଂରଚନା କମ୍ପ୍ଲେସ ଜରା ନିବାସ ଗୃହ ରେ ଅନ୍ତେବାସୀ ଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ l ସେହିପରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରା଼ତଃ ଘ ୪.୩୦ମି ରେ ରାମଧୁନ ପ୍ରଚାର କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ