ବ୍ରହ୍ମପୁର: ଏଟିଏମ୍ ଭ୍ୟାନ ଅପହରଣ ମାଷ୍ଟର ମାଇଣ୍ଡ ଥିଲା ଡ୍ରାଇଭର, ୩ ଗିରଫ, ୨୧ ଲକ୍ଷ ଜବତ
ବ୍ରହ୍ମପୁର, (ଅନିଲ କୁମାର): ସ୍ପଷ୍ଟ ଦିବାଲୋକରେ ବ୍ରହ୍ମପୁର ଗଳହିପୂର୍ଣ୍ଣ ସ୍ଥାନା ଆସିକାରୋକାଡରୁ ଏଟିଏମ୍ ଭ୍ୟାନ ଅପହରଣ ଓ ପରେ ୨୪ ଲକ୍ଷ ଲୁଟି ନେବା ଘଟଣାରେ ଆଜି ବଡ଼ବଜାର ଥାନା ପୋଲସକୁ ମିଳିଛି ବଡ଼ ସଫଳତା । ଉକ୍ତ ଗାଡିର ଚାଳକ ଆଶିଷ ଦିଗାଲ ହିଁ ନିଜେ ଅପହରଣ ନାଟକ ରଚିଥିଲା । ପୋଲିସ ପ୍ରଥମ ଦିନରୁ ହିଁ ଡ୍ରାଇଭର ଉପରେ ସନ୍ଦେହ କରି ଆସୁଥିଲେ । ଆଜି ଗାଡ଼ି ଚାଳକକୁ ପୋଲିସ ଅଟକ ରଖିଥିବା ବେଳେ ତାଙ୍କର ୩ ସହଯୋଗୀଙ୍କୁ ପୋଲିସ କନ୍ଧମାଳ ଜିଲ୍ଲାରୁ ଉଠାଇ ଆଣିବା ସହ ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି । ଗତକାଲି ପୋଲିସର ଏକ ଟିମ ଗଞ୍ଜାମର ପଡୋଶୀ ଜିଲାକୁ ଯାଇ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଡ୍ରାଇଭରକୁ ଲଗାତାର ଗୁଡ଼ାଇ ତୁଡାଇ ପ୍ରଶ୍ନ ପଚାରିବା ପରେ ଅସ୍ତବ୍ୟସ୍ତ ହୋଇ ପୋଲିସ ନିକଟରେ ସତକଥା କହିବାକୁ ବାଧ୍ୟ ହୋଇଥିଲା । ୩ ଦିନ ପୂର୍ବେ ଉକ୍ତ ଟଙ୍କା ଭର୍ତ୍ତି ଗାଡିକୁ ବଡ଼ବଜାର AXIS ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ AGS କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା ।


