ବ୍ରହ୍ମପୁର କମିଶନରଙ୍କୁ ଦାବିପତ୍ର

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ସରକାର ପ୍ରତ୍ୟେକ ଜନସାଧାରଣଙ୍କୁ ବାସଗୃହ ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଥିଲେ ମଧ୍ୟ ସେଗୁଡିକ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ସୁଚନାଯୋଗ୍ୟ, ବ୍ରହ୍ମପୁରସ୍ଥିତ ପିଚିପିଚା ନଗର ବସ୍ତୀରେ ଦୀର୍ଘ ୨୦ବର୍ଷ ଧରି ବିଭିନ୍ନ ପ୍ରକୃତିକ ସମସ୍ୟା ସହିତ ଜଡିତ ହୋଇ ବସବାସ କରୁଥିଲେ ମଧ୍ୟ ସେମାନେ ରାଜୀବଗାନ୍ଧୀ ଆବାସ ଯୋଜନାରୁ ବଞ୍ଚିତ ଥିଲେ । ପରେ ଅନୁସନ୍ଧାନ କରାଯାଇ ଡିପିଆର ପ୍ରସ୍ତୁତ କରି ଏକ ଅତିରିକ୍ତ ନମ୍ବର ପ୍ରଦାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବସ୍ତୀ ବାସିନ୍ଦାଙ୍କୁ ଥଇଥାନ ନକରି ପିଚିପିଚା ନଗରର ୩୧ ଘରକୁ ଭାଙ୍ଗୀ ଦେବାର ଯୋଜନା ଚାଲିଥିବା ସୁଚନା ମିଳିଛି । ଏଣୁ ଉଚ୍ଛେଦ ପୁର୍ବରୁ ରାଜୀବ ଆବାସ ଯୋଜନାରେ ବସ୍ତୀ ବାସିନ୍ଦାଙ୍କୁ ଥଇଥାନ କରିବା ନିମନ୍ତେ ଗ୍ରାମବାସୀମାନେ ପ୍ରମିଳା ବେହେରା, ପ୍ରତିମା ଡାକୁଆ, ସୁବାସୀନୀ ବେହେରା , ରିଙ୍କି ସାହୁ , ଅମ୍ବିକା ମହାଙ୍କୁଡଙ୍କ ସମେତ ଗ୍ରାମବାସୀ ବ୍ରହ୍ମପୁର କମିଶନରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ