ଖୁଲାମ ଖୁଲା ଚାଲିଛି ପଲିଥିନ୍ ବେପାର
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟରେ ମୃର୍ତ୍ତିକା ପ୍ରଦୂଷଣ ରୋକିବା ପାଇଁ ପ୍ରଶାସନ ତରଫରୁ ପଲିଥିନ ବ୍ୟବସାୟୀଙ୍କ ଉପରେ ରୋକ ଲଗାଇବା ସହ ବ୍ୟବହାରକାରୀଙ୍କ ଉପରେ କଟକଣା ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ବର୍ତ୍ତମାନ ତାହା ଶିଥô୍ଳ ପଡିଯାଇଥିବା ଦେଖିବାକୁ ମିଳିଛି । ଏହାର ସୁଯୋଗ ନେଇ ପୁଣୀ ଥରେ ବଜାରରେ ବ୍ୟବସାୟୀ ମାନେ ବହୁଳ ପଲିଥିନ ବ୍ୟବସାୟ କରୁଥିବା ସହ ବଜାରରେ ଗ୍ରାହକ ମାନଙ୍କ ହାତରେ ପଲିଥିନ ଦେଖିବାକୁ ମଳିଛି । ପୁଣୀ ଥରେ ଆରମ୍ଭ ହୋଇଗଲାଣୀ ପଲିଥିନ ବ୍ୟବସାୟ , ପଲିଥିନ ବଦଳରେ କୁତ୍ରିମ ବ୍ୟାଗ ବାହାର କରାଯାଇଥିବା ବେଳେ ମଧ୍ୟ ଖୁଚୁରା ବ୍ୟବସାୟୀ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ ମାନେ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।କିଛି ଦିନ ପୂର୍ବରୁ ପ୍ରଶାସନ ତôରଫରୁ ବିଭିନ୍ନ ଦୋକାନରେ ଚଢାଉ କରାଯାଇ ଦୋକାନୀ ମାନଙ୍କ ଠାରୁ ପଲିଥିନ ଜବତ କରିବା ସହ ଜୋରିମାନା ଆଦାୟ କରୁଥିବା ବେଳେ ଅଧୁନା ସମୟରେ ପ୍ରଶାସନର ଶିଥିଳତା କାରଣରୁ ପୁଣି ଥରେ ପଲିଥିନର ବହୁଳ ପରିମାଣ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ଏହାକୁ ରୋକିବା ପାଇଁ ପୁଣୀ ଥରେ ଚେଇଁ ଉଠିବା ଦରକାର ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


