ବ୍ରହ୍ମପୁର ଟେଣ୍ଟ୍ ଓ ସପ୍ଲାୟର୍ସ ଆସୋସିଏସନ ତରଫରୁ ଦାବିପତ୍ର
ଛତ୍ରପୁର, (ୱାଇଏନ୍ଏସ୍): ବ୍ରହ୍ମପୁର ଟେଣ୍ଟ୍ ଏବଂ ସପ୍ଲାୟର୍ସ ଆସୋସିଏସନ୍ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସଂଘର ଦାବି ମୁତାବକ କରୋନା ପାଇଁ ମାର୍ଚ୍ଚ ୨୪ ତାରିଖ ଠାରୁ ସାରା ରାଜ୍ୟରେ ଲକ୍ଡ଼ାଉନ୍ କଟକଣା ଲାଗୁ କରାଯାଇଛି । ଏଥି ସହିତ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ କାମ ନଥିବାରୁ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲାଣି । ତେବେ ସରକାର ଟେଣ୍ଟ ହାଉସକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିବାହ ଓ ବ୍ରତଘର ସମୟରେ ୫୦ ଜଣରୁ ଅଧିକ ରହିପାରବେ ନାହିଁ । ଏହି ସବୁ କାର୍ଯ୍ୟ ପାଇଁ ଅନ୍ତତ ୩୦୦ ଲୋକଙ୍କୁ ଅନୁମତି ଦିଆଯାଉ । ଟେଣ୍ଟ୍ ହାଉସ୍ ମାଲିକ ମାନେ ସଂସ୍ଥା ଚଳାଇବା ପାଇଁ ବିଭିନ୍ନ ବ୍ୟାଙ୍କ୍ରୁ ଋଣ ନେଇଛନ୍ତି । ତେଣୁ ସେମାନଙ୍କୁ କଟକଣା ମୁକ୍ତ ହେଲା ପରେ ଋଣ ପରିଶୋଧ କରିବା ପାଇଁ କିଛି ମାସ ଅବଧି ସମୟ ଦିଆଯାଉ ବୋଲି ଟେଣ୍ଟ ମାଲିକ ସଂଘ ତରଫରୁ ଦାବି ହୋଇଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ସଂଘର ସଭାପତି କିରଣ ସୁବୁଦ୍ଧି, ସଂପାଦକ ବୁନୁ ପଟନାୟକ, ସହସଂପାଦକ ସୁଦୀପ୍ତ ପଟନାୟକ ଏବଂ ମିଟୁ ପାଣିଗ୍ରାହୀ, ମୋହନ ପାତ୍ର, ଡି.ରାମଚନ୍ଦ୍ର ପାତ୍ର ଓ ଟି.ଶ୍ରୀନୁ ଏବଂ ସଂଘର ଉପଦେଷ୍ଟା ରାମା ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।