ମୟୂରଭଞ୍ଜରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ମୟୂରଭଂଜ ଜିଲ୍ଲାରେ ୯’ କରୋନା’ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଶୁଳିଆପଦା ବ୍ଲକ-୪, ବେତନଟୀ–୧,ମୋରଡା-୧, ଗୋପବନ୍ଧୁ ନଗର-୧, ବାଙ୍ଗିରିପୋଷି-୧,ଉଦଳା-୧ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ପଶ୍ଚିମ ବଙ୍ଗ ଫେରନ୍ତା-୨, ଗୁଜରାଟ ଫେରନ୍ତା-୧, ମହାରାଷ୍ଟ୍ର ଫେରନ୍ତା-୧, ହରିୟଣା ଫେରନ୍ତା-୧, ଦିଲ୍ଲୀ ଫେରନ୍ତା-୨ଏବଂ ତାମିଲନାଡୁ ଫେରନ୍ତା-୧ । ସେମାନଙ୍କ ମଧ୍ୟରୁ ଜଣେ ଘରୋଇ ଚିକିତ୍ସାରେ ଥିଲେ କିନ୍ତୁ ତାଙ୍କର ରହଣି ଅବଧି ସରି ଯାଇଥିଲା, ପରେ ସେ ଆକ୍ରାନ୍ତ ଥିବା ଜଣାପଡିଛି । ଏହାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି । ବର୍ତମାନ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଥିଲେ ତାହା ଖୋଜା ଚାଲିଛି । ମୟୂରଭଂଜ ଜିଲ୍ଲାର ୨୬ଟି ବ୍ଲକରୁ ଆଜି ୬ଟି ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ