ବ୍ରହ୍ମପୁର-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ ୪ ଜିଲ୍ଲାର ଆଇନଜୀବୀଙ୍କ ସମ୍ମିଳନୀ
ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ଠାରେ ଗଂଜାମ, କନ୍ଧମାଳ, ବୈାଦ୍ଧ ଓ ବରଗଡ ଓକିଲ ସଂଘ ପକ୍ଷରୁ ରେଳ ଲାଇନ ନିର୍ମାଣ ପାଇଁ ଦାବି କରି ଏକ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଠାରୁ ହିଞିଳିକାଟୁ ଦେଇ ଭଂଜନଗର ଫୁଲବାଣୀ ମଧ୍ୟ ଦେଇ ରେଳ ପଥ ନିର୍ମାଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦେଶରେ ବୁଲେଟ ଟ୍ରେନ ପାଇଁ ଚିନ୍ତା କରାଯାଉଥିବା ବେଳେ ରାଜ୍ୟର ଉପରୋକ୍ତ ଜିଲ୍ଲା ଗୁଡିକରେ ଟ୍ରେନ ବ୍ୟବସ୍ଥା ନଥିବା ଲଜ୍ଜାର କଥା ବୋଲି କୁହାଯାଇଛି । ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି।