ସୁପର ଷ୍ଟ୍ରଙ୍ଗ ସିମେଣ୍ଟର ପ୍ରସାର ପ୍ରଚାର କାର୍ଯ୍ୟକ୍ରମ

ବେଗୁନିଆପଡା (ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ବି. ନୂଆଗାଁ ସ୍ଥିତ ଆଦର୍ଶ ଷ୍ଟିଲ୍ ଷ୍ଟୋର ଆନୁକୂଲ୍ୟରେ ସୁପର ଷ୍ଟ୍ରଗଂ ସିମେଣ୍ଟ ର ଏକ ପ୍ରଚାର ପ୍ରସାର କାର‌୍ୟ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥି ଭାବେ ସୁପର ଷ୍ଟ୍ରଗଂ ସିମେଣ୍ଟ ର ଜିଲ୍ଲା ସେଲସ୍ ମ୍ୟାନେଜର ପ୍ରଦିପ କୁମାର ଭୁତିଆ, ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ବିନାୟକ ନାୟକ ,ସୁପର ଷ୍ଟ୍ରଗଂ ସିମେଣ୍ଟ ର ଟେକ୍ନିକାଲ ମ୍ୟାନେଜର ସୁଶିଲ୍ ସିଂ ,ଆସିଷ୍ଟାଣ୍ଡ ଟେକ୍ନିକାଲ ମ୍ୟାନେଜର କୁମାର ଅନ୍ତଯ୍ୟାମି ,ଟେକ୍ନିକାଲ ମ୍ୟାନେଜର ଚନ୍ଦନ କୁମାର ବେହେରା ଏବଂ ଆଦର୍ଶ ଷ୍ଟିଲ୍ ଷ୍ଟୋର ର ପ୍ରୋପାଈଟର ନାରାୟଣ ଡାକୁଆ ପ୍ରମୁଖ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ପରେ ଏହି ସିମେଣ୍ଟ ର ଗୁଣବତ୍ତା ,ଉପକାରିତା ,ପ୍ରକାର ଭେଦ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। ଅଞ୍ଚଳର ଶତାଧିକ ରାଜମିସ୍ତ୍ରୀ, ଗ୍ରାହକ ମାନେ ଉପସ୍ଥିତ ଥିବାବେଳେ ପ୍ରକାଶ କୁମାର ଜେନା କାର‌୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ