ବ୍ରହ୍ମପୁର ବିଭିନ୍ନ ଅଞ୍ଚଳରେ ରସାୟନ ଛିଞ୍ଚନ
ବ୍ରହ୍ମପୁର ,(ଓ୍ବାଇଏନ୍ଏସ୍): କୋରନା ମହାମାରୀ ର ପ୍ରକୋପ ବର୍ତମାନ ସଭିଙ୍କର ମନରେ ଭୟ ସୃଷ୍ଟି କରିବାରେ ଲାଗିଛି | ସବୁ ସମୟରେ ମଣିଷ ମାନେ ଯେମିତି ଗୋଟିଏ ଯୋଦ୍ଧା ହିସାବରେ ଏହି ମହାମାରୀ ସହ ଲଢ଼ିଇ କରିବାରେ ଲାଗିଛନ୍ତି | ଏହି ସମୟରେ ପ୍ରଶାସନ ମଧ୍ୟ ଲୋକମାନଙ୍କୁ ସବୁ ଦିଗରେ ସାହାର୍ଯ୍ୟ କରିବାରେ ଲାଗିଛି | କିପରି ଲୋକମାନେ ଏହି ମହାମାରୀରୁ ମୁକ୍ତି ପାଇବେ ସେଥିପାଇଁ ସେ ସଚେତନତା ବାର୍ତ୍ତା ମଧ୍ୟ ସବୁ ଦିଗରେ ପ୍ରଚାର କରିବାରେ ଲାଗିଛନ୍ତି | ଏହି ସମୟରେ ଲୋକମାନଙ୍କୁ ସବୁବେଳେ ମାସ୍କ ବ୍ୟବହାର କରିବା ସହ ସବୁ ବେଳେ ହାତକୁ ସାନିଟାଈଜ କରିବାକୁ ମଧ୍ୟ କୁହାଯାଇଛି | ଏହା ସହ ସମାଜରେ ଜନଗହଳି ସ୍ଥାନରେ ଦୂରତା ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି | ସୂଚନା ଯୋଗ୍ୟ ୧୬.୦୮.୨୦୨୦.ରେ ବ୍ରହ୍ମପୁର ସ୍ଥିତ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ସାନିଟାଈଜ କରାଯାଇଛି | ସେହି ସ୍ଥାନ ଗୁଡିକ ମଧ୍ୟରୁ ସିଟି ହସ୍ପିଟାଲ ,ବିଜୁପଟ୍ଟନାୟକ ହୋମିଓପାଥିକ କଲେଜ ଓ ହସ୍ପିଟାଲ କୋଭିଡ କେୟାର ସେଣ୍ଟର ,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଛାତ୍ର ବାସ ,ଟାଟା କୋଭିଡ ହସ୍ପିଟାଲ ଓ ପାରଳା ମହାରାଜ କୋଭିଡ ହସ୍ପିଟାଲ ଶୀତଳପାଲ୍ଲୀ ,ଏଭଳି ଅନେକ ଜାଗାରେ ସାନିଟାଈଜ କରାଯାଇଛି | ଏହା ସହ ସୁସ୍ଥ ଓ ସୁରକ୍ଷିତ ରହିବାକୁ ବାର୍ତା ଦିଆଯାଇ|