ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶିତ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ କରୋନା ଭାଇରସ ଓ ଲକଡାଉନ୍ ପାଇଁ ପରୀକ୍ଷାରେ କିଛିଟା ବିଭ୍ରାଟ ଉପୁଜିଥିଲା । ଏପରିକି ଖାତା ଦେଖା ମଧ୍ୟ ପ୍ରଭାବିତ ହୋଇଥିଲା ।ଏ ସବୁ ସତ୍ତ୍ୱେ ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ୍ ପାସ୍ ହାର ରହିଛି ୯୧.୭୩ ପ୍ରତିଶତ । କଳା,  ବିଜ୍ଞାନ,  ବାଣିଜ୍ୟ ତିନୋଟି ବିଭାଗର ମୋଟ ୨୦୭୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୮୯୯୧ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । କଳାରେ ୧୪୦୭୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୨୦୭ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ଜଣାପଡିଛି । ବିଜ୍ଞାନରେ ପାସ୍ ହାର ୮୬.୬୬ ପ୍ରତିଶତ । ଏଥିରେ ୫୫୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୮୦୨ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୧୦୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୮୨ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ