ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଡ୍‌ମିନିଷ୍ଟ୍ରେଟିଭ୍ ବ୍ଲକ୍ ସମ୍ନାରେ ବିକ୍ଷୋଭ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗୁରବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ଗଞ୍ଜାମ ଜିଲ୍ଲା) ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସିଦ୍ଧାନ୍ତ ଗଙ୍ଗ ଦେବ ଙ୍କ ନେତୃତ୍ୱ ରେ ଓଡିଶା ସରକାର ବିଶ୍ୱ ବିଦ୍ୟାଳୟ ଗୁଡିକ ଅମଲାତନ୍ତ୍ରୀକରଣ ,ରାଜନୀତିକରଣ ଓ ଶିକ୍ଷା ର ମାନଦଣ୍ଡ ହ୍ରାସ କରିବାର ଯେଉଁ ଚକ୍ରାନ୍ତ କରିଛନ୍ତି ତାହା ବିରୁଦ୍ଧରେ ସ୍ଥାନୀୟ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଡ୍‌ମିନିଷ୍ଟ୍ରେଟିଭ୍ ବ୍ଲକ୍ ସମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସୂଚନା ଯୋଗ୍ୟ ଯେ ଓଡିଶା ସରକାର କିଛିଦିନ ତଳେ ବିଶ୍ୱବିଦ୍ୟାଳୟ ଅଧୀନିୟମ ଆଇନ୍ -୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ୍ -୨୦୦୫ ର ପ୍ରତ୍ୟାହାର କରିଛନ୍ତି । ତେବେ ଏହି ପ୍ରତ୍ୟାହାର ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱାୟତତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡ କୁ ହ୍ରାସ କରିବ ବୋଲି ଯୁବ ମୋର୍ଚ୍ଚା ସଭାପତି ତାଙ୍କ ବକ୍ତବ୍ୟ ରେ କହିଛନ୍ତି। ଏହି ଅଧିନିୟମରେ ପ୍ରଧ୍ୟାପକ ମାନଙ୍କ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ ରହିଥିବା ସହ କୁଳପତି ଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ କରିବ।ଏହା ଦ୍ୱାରା ଯୁଗ ଯୁଗ ପାଇଁ ଶିକ୍ଷା ଓ ଗବେଷଣା ର ମାନ ହ୍ରାସ ପାଇବା ସହ ବିଶ୍ୱବିଦ୍ୟାଳୟ ଗୁଡିକ ସାଧାରଣ କଲେଜ ପରି କାମ କରିବେ। ଛାତ୍ର ,ସମାଜ , ଏବଂ ଦେଶର ଭବିଶ୍ୟତ ପାଇଁ ଏହା ଏକ ଚିନ୍ତାଜନକ ବିଷୟ । ଏଣୁ ଏହାର ବିରୋଧରେ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ର କର୍ମୀ ମାନେ ହାତ ରେ ପ୍ଲାକାର୍ଡ ଧରି ସରକାର ଙ୍କ ଏହି ନଷ୍ପତି କୁ ବିରୋଧ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଏନ୍ . ରାଜେନ୍ଦ୍ର କୁମାର , ବିକେଶ ପାଣିଗ୍ରାହୀ , କିରନ୍ କୁମାର ସାହୁ , ମଧୁ ସାହୁ, ଚନ୍ଦନ ସାହୁ ,ଜଗଦୀଶ ପ୍ରଧାନ, ଶିବ ପ୍ରସାଦ ପାତ୍ର , ସୋମନାଥ ପାତ୍ର , ପ୍ରଦୀପ ପଟ୍ଟନାୟକ,ଓଡି ଶ୍ରୀନୁ , ଦେବରାଜ ରେଡ୍ଡୀ ,ଲଚ୍ଛେୟା ପାତ୍ର , ଟୁଟୁ ରାଓ , ସୁମିତ ପାତ୍ର , ଚିତ ପଣ୍ଡା, ପବିତ୍ର ପାତ୍ର , ଦେବା , ବିକ୍ରମ ପାଣିଗ୍ରାହୀ,ଜି.କୁରୁମ ପ୍ରମୂଖ ଯୋଗ ଦେଈଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ