ବ୍ରହ୍ମପୁର ମହାନଗର ନିଗମର ଚାରି ବିଜେପି କର୍ପୋରେଟର ବିଜେଡ଼ିରେ ଯୋଗଦାନ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ବ୍ରହ୍ମପୁର ମହାନଗର ନିଗମର ଚାରି ବିଜେପି କର୍ପୋରେଟର ନିଜ ଦଳରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗଦାନ କରିଛନ୍ତି । ଗତକାଲି ଏହି ଚାରି କର୍ପୋରେଟର ମାନେ ଭୁବେନେଶ୍ବର ଯାଇ ଶଙ୍ଖ ଭବନରେ ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ବିଜେଡ଼ିରେ ସାମିଲ ହୋଇଥିଲେ । ବିଜେଡ଼ିରେ ସାମିଲ ହେବା ପରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ନୂତନ ଭାବେ ବିଜେଡ଼ିରେ ସାମିଲ ହୋଇଥିବା କର୍ପୋରେଟର ମାନେ । ତେବେ ଆଜି ବ୍ରହ୍ମପୁରକୁ ଆସିବା ପରେ ପୁଣି ଜିଲ୍ଲା ବିଜେଡ଼ି ସଭାପତିଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଗତକାଲି ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିବା ବ୍ରହ୍ମପୁର ୨୧ ନମ୍ବର ଓ୍ବାର୍ଡ଼ କର୍ପୋରେଟର ଡ଼ି.କରୁଣାକର, ୨୨ ନମ୍ବର ଓ୍ବାର୍ଡ଼ କର୍ପୋରେଟର ପ୍ରଦୀପ ଶତପଥି, ୨୭ ନମ୍ବର ଓ୍ବାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁ, ୨୦ ନମ୍ବର ଓ୍ବାର୍ଡ଼ କର୍ପୋରେଟର ରଞ୍ଜିତା ବେହେରାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯିବା ସହିତ ତାଙ୍କ ଶହ ଶହ ସମର୍ଥକ ମାନେ ବିଜେଡ଼ିରେ ସାମିଲ ହୋଇଥିଲେ । ବିଜେପିକୁ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିବା ଏହି କର୍ପୋରେଟରଙ୍କୁ ନେଇ ଦଳ ବ୍ରହ୍ମପୁର ସହରରେ ଆହୁରି ମଜବୁତ ହେବ । ସମସ୍ତ କର୍ପୋରେଟର ମାନେ ମିଳିମିଶି ବ୍ରହ୍ମପୁର ସହରର ଉନ୍ନତିମୂଳକ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ଜନହିତକର ଯୋଜନା ମଧ୍ୟ କିଭଳି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ମଧ୍ୟ କାମ କରିବେ ବୋଲି କହିଛନ୍ତି ବିଜେଡ଼ି ଜିଲ୍ଲା ସଭାପତି । ସେପଟେ ବିଜେପିର ସଭାପତି ନିଜ ଦଳର କର୍ପୋରେଟରଙ୍କୁ ଅଣଦେଖା କରିଛନ୍ତି । କୌଣସି କାର୍ଯ୍ୟରେ କର୍ପୋରେଟର ମାନଙ୍କୁ ସମ୍ମାନ ଦିଆଯାଉନାହିଁ । ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ଆସିଥିବା ବେଳେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ନିମନ୍ତେ ମଧ୍ୟ ବିଜେପି ଜିଲ୍ଲା ସଭାପତି ଦେଇନଥିଲେ । ଏହାଛଡ଼ା ଲୋକଙ୍କ ଟଙ୍କା ଲୁଟ କରି ବିଜେଡ଼ିରୁ ତଡ଼ା ଖାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀକୁ ଦଳ ଗ୍ରହଣ କରିଥିବା ଯୋଗୁଁ ବାଧ୍ୟ ହୋଇ ଦଳକୁ ପରିତ୍ୟାଗ କରିଛୁ ବୋଲି କହିଛନ୍ତି ବିଜେଡ଼ିରେ ସାମିଲ ହୋଇଥିବା ବିଜେପି କର୍ମୀ । ବିଜେପିରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଥିବା ବେଳେ ଆଗାମୀ ଦିନରେ ବ୍ରହ୍ମପୁର ସହରର ଉନ୍ନତି ପାଇଁ କାମ କରିବୁ ବୋଲି କର୍ପୋରେଟର ମାନେ କହିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତିଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବହୁ କର୍ପୋରେଟର ଓ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ