ବ୍ରହ୍ମପୁର ରେ ବୋମା ମାଡ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):କିଛି ଦିନ ପରେ ପୁଣି ଦୁର୍ବୁତ୍ତ ମାନେ ଆତଙ୍କ ଖେଳାଇଛନ୍ତି । ସଦର ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ଭାବିନିପୁର ମୁଖ୍ୟ ରାସ୍ତା ନୃସିଂହ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ବୁଧବାର ରାତ୍ର ସମୟରେ ଏକ ତେଜରାତି ଦୋକାନ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୁତ୍ତ । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । କିଛି ଦୁର୍ବୁତ୍ତ ବାଇକରେ ଆସି ବନ୍ଦ ଥିବା ଦୋକାନ ଉପରକୁ ୩ ଟି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି । ୨ ଟି ବୋମା ଫୁଟିଥିବା ବେଳେ ଆଉ ଗୋଟିଏ ରାସ୍ତାରେ ପଡିଛି । ଦୁର୍ବୁତ୍ତ ମାନଙ୍କ ବୋମା ମାଡ଼ରେ ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି । ତେବେ କାହାକୁ ଟାର୍ଗେଟ ହୋଇଥିଲା ଏବଂ କିଏ ଟାର୍ଗେଟ କରିଥିଲା କିଛି ସ୍ପଷ୍ଟ ହେଇନଥିବା ସୂଚନା ମିଳିଛି । ଖବର ପାଇ ବ୍ରହ୍ମପୁର ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସ୍ଥାନୀୟ କିଛି ଲୋକ କହିବା ଅନୁସାରେ ଦୁଇ ଜଣ ଲୋକ ସମୟ ରାତ୍ର ୯ଘଣ୍ଟା ୪୫ମିନିଟ ରେ ଚାଲି ଚାଲି ଆସିଥିଲେ ଏବଂ ହଠାତ ଜରି ଭିତରୁ ବୋମା ବାହାର କରି ଫିଙ୍ଗିଥିଲେ ।ସେଠାରୁ ସେମାନେ ଦୌଡ଼ି ପଳାଇ ଆଗରେ ରଖିଥିବା ବାଇକ ଧରି ପଳାଇଥିଲେ ।


