ବ୍ରହ୍ମପୁର ଲୋକ ସଭା: ଚନ୍ଦ୍ରଶେଖରଙ୍କୁ ମିଳିଲା ବିଜୟୀ ପ୍ରମାଣପତ୍ର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଲୋକ ସଭା ଆସନରେ ବିଜୟୀ ବିଜେଡିର ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଛତ୍ରପୁରଠାରେ ରିଟର୍ନିଂ ଅଫିସର ତଥା ଡିଆରଡିଏ ପିଡି ଇ. ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କଠାରୁ ବିଜୟୀ ସମ୍ପର୍କୀୟ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪, ୮୪୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରମାଣ ପତ୍ର ଗ୍ରହଣ ବେଳେ ଡିଆରଡିଏ ଏପିଡ଼ି ଦେଵବ୍ରତ ସାହୁ, ବିଜେଡି ନେତା ଅନୀଲ ସାହୁ,ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ପୃଵର୍ତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ଟି.ଚନ୍ଦ୍ରଶେଖର ରାଓ, ଅହିଭୂଷଣ ସାହୁ,ପୋଡପଦର ସରପଞ୍ଚ ପିତାମ୍ବର ପଣ୍ଡା, ପୃଵର୍ତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ,ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ