ବ୍ରହ୍ମହପୁର ଗାୟତ୍ରୀ ଶକ୍ତି ପୀଠରେ ନବରାତ୍ରି ପୂଜାର ପୂର୍ଣ୍ଣାହୁତି
ବ୍ରହ୍ମପୁର, (ଅନିଲ କୁମାର) : ସ୍ଥାନୀୟ ନିଳାଦ୍ରୀବିହାର ସ୍ତିତ ଗାୟତ୍ରୀ ଶକ୍ତି ପୀଠରେ ଗତ ଆଶ୍ୱିନ ଶୁକ୍ଳ ପ୍ରତିପୁଜା ପ୍ରାରମ୍ଭ ହୋଇଥିବା ନବରାତ୍ରି ପୂଜାର ପୂର୍ଣ୍ଣାହୁତି ଆଜି ଅଶ୍ୱିନୀ ଶୁକ୍ଳ ନବମୀ ରେ ସମ୍ପୁର୍ନ ହୋଇସାରିଛି ଗାୟତ୍ରୀ ପରିବାରର ୧୦୮ ସାଧକଙ୍କ ଦ୍ୱାରା ନଅ ଦିନରେ ୨୪ ଲକ୍ଷ ମନ୍ତ୍ର ଜପ ଅନୁଷ୍ଠାନ ପରେ ଆଜି ନବମୀରେ ୨୪୦୦ ସାମୁହିକ ଗାୟତ୍ରୀ ମହାମନ୍ତ୍ରରେ ଆହୁତି ପ୍ରଦାନ କରାଯାଇଥିଲା ପୂର୍ଣ୍ଣାହୁତି ପରେ ୫୪ ଜଣ କନ୍ୟା କୁମାରୀଙ୍କୁ ତିଳକ ଓ ବ୍ରତ ଧାରଣା କରାଇ ପୂଜାର୍ଚନା ପରେ କନ୍ୟା ଭୋଜନର ବ୍ୟବସ୍ତା କରାଯାଇଥିଲା ଗାୟତ୍ରଟି ଶକ୍ତି ପୀଠର ବ୍ୟବସ୍ଥାପକ ପ୍ରଫୁଲ ଦାସ,ଉପ ପ୍ରାବନ୍ଧିକ ଶ୍ରୀ ସୁଧୀର ସାବତ ସମସ୍ତ ଦାଇତ୍ୟ ନେଇଥିବା ବେଳେ ପରିବ୍ରଜକ ଶ୍ରୀ ଭଗବାନ ସାହୁ ଯଂଜ୍ଞ ସଞ୍ଚାଳନ କ୍ଷରିଥିଲେ ଶେଷରେ ଶାନ୍ତି ପାଠ ସହ ପ୍ରସାଦ ସେବନ କରଯାଇଥିଲା


