ବ୍ରହ୍ମାକୁମାରୀସ୍ ଶାନ୍ତି ଜ୍ୟୋତି ଭବନରେ ଅନ୍ତଃରାଷ୍ଟ୍ରୀୟ ସେବିକା ଦିବସ ପାଳନ

ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମାକୁମାରୀସ୍ ଶାନ୍ତି ଜ୍ୟୋତି ଭବନ ନିଳାଚଳ ନଗର ଅନ୍ତଃରାଷ୍ଟ୍ରୀୟ ସେବିକା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ସହଯୋଗୀ ପ୍ରାଧ୍ୟାପିକା ଡଃ ଇନ୍ଦିରା ପାଳ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ନର୍ସିଂ ଅଫିସର ମାନଙ୍କୁ ପ୍ରେରଣା ଦାୟୀ ବାଣୀ ଦ୍ଵାରା ପ୍ରୋତ୍ସାହିତ କରିଥିଲେ। ସ୍ଥାନୀୟ ଉପସେବାକେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରଶଂସା ଭଉଣୀ ସମସ୍ତଙ୍କୁ ଏ ବର୍ଷର ଆହ୍ବାନ ‘ଆମର ସେବିକା ଆମର ଭବିଷ୍ୟତ’ କୁ ସ୍ପଷ୍ଟ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଏକ ତ୍ରିଦିବସୀୟ ରାଜଯୋଗ ଶିବିର କରିବା ନିମନ୍ତେ ପ୍ରେରଣା ଦେଇଥିଲେ। ମଧୁମେହ ବିଶେଷଜ୍ଞ ଭ୍ରାତା ଡଃ ପ୍ରକାଶ ଚନ୍ଦ୍ର ପାତ୍ର ନିଜର ରାଜଯୋଗୀ ଜୀବନ ର କିଛି ଅନୁଭବ ବ୍ୟକ୍ତ କରିଥିଲେ। ବ୍ରହ୍ମାକୁମାରୀ ବିଷ୍ଣୁପ୍ରିୟା ଭଉଣୀ ମଞ୍ଚ ପରିଚାଳନା କରିବା ସହ ରାଜଯୋଗର ଅଭ୍ୟାସ ଏବଂ ସେବା ପ୍ରତି ସମର୍ପଣ ମନୋଭାବ ରଖି ଏକ ସୁସମୃଦ୍ଧ ବିଶ୍ଵ ନବନିର୍ମାଣ ନିମନ୍ତେ ଶପଥ ପାଠ କରାଇଥିଲେ। ନର୍ସିଂ ସଉପରଇଟେଣ୍ଟ ସଂଯୁକ୍ତା ଦାସଙ୍କୁ ତାଙ୍କର ଦୀର୍ଘ ୪୦ ବର୍ଷର ସେବାରେ ସମର୍ପଣ ମନୋଭାବ ଦ୍ଵାରା ସମସ୍ତଙ୍କ ପାଇଁ ଆଦର୍ଶ ହୋଇଥିବାରୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ। ପରିଶେଷରେ ଟି କେ ସି ଗୃପର ମୂଖ୍ୟ ପ୍ରବନ୍ଧକ ଭ୍ରାତା ପ୍ରିୟ ରଞ୍ଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ