ବ୍ରାଉନ୍‌ ସୁଗାର ବେପାରିକୁ ୩ ବର୍ଷ ଜେଲ୍‌

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ପେଶାଲ ଜଜ୍‌ ଓପିଆଇଡି ବିଶ୍ବଜିତ ଦାସ ବ୍ରାଉନ୍‌ ସୁଗାର ବ୍ୟବସାୟୀ ଜ୍ୟୋତ୍ସ୍ନା ଦାସକୁ ୩ ବର୍ଷ ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଆଉ ୨ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ସୂଚନା ଥାଉକି,ଗତ ୨୦୨୩ ଏପ୍ରିଲ ୨୬ ତାରିଖ ସକାଳେ ଗୋପାଳପୁର ଅବକାରୀ ସବଇନ୍ସପେକ୍ଟର ସତ୍ୟସୁନ୍ଦର ମଲ୍ଲିକ ପେଟ୍ରୋଲିଂ କରୁଥିବା ସମୟରେ ତାଳପଦା ରାସ୍ତାରେ ଚାଲି ଚାଲି ଯାଉଥିବା ଜ୍ୟୋତ୍ସ୍ନାକୁ ସନ୍ଦେହ କରି ତାଙ୍କ ପାଖରୁ ୧୫୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏନେଇ ୩୬/୧୧୭/୨୩ ନମ୍ବରରେ ମାମଲା ରୁଜୁ କରିଥିଲେ। ଏହି ମାମଲା ଅଦାଲତରେ ବିଚାରଧୀନ ଥିଲା। ବିଚାରପତି ଶ୍ରୀ ଦାସ ୩ଟି ସାକ୍ଷୀ, ୧୫ଟି ଦଲିଲ ଓ ଦସ୍ତାବିଜ୍‌କୁ ଆଧାର କରି ଏହି ମାମଲାର ଶୁଣାଣି ପରେ ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସ୍ପେଶାଲ ପ୍ରସିକ୍ୟୁଟର ସୁଲଳିତ କର ମାମଲା ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ