ବ୍ରାଉନ ସୁଗାର ଜବତ, ତିନି ଅଭିଯୁକ୍ତ କୋର୍ଟ ଚାଲାଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଚକୁଳିପଡା ନିକଟରୁ ନାଉଗାଁ ପୋଲିସ ପକ୍ଷରୁ ଚଢାଉ କରାଯାଇ ତିନି ବ୍ରାଉନ ସୁଗାର ବେପାରୀଙ୍କୁ ଧରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ମୁତବାକ ଶୁକ୍ରବାର ଚକୁଳିପଡାରେ ବ୍ରାଉନ ସୁଗାର କାରବାର ହେଉଥିବା ଥାନା ଆଇଆଇସି ଅନିରୁଦ୍ଧ ନାୟକଙ୍କୁ ବିଶେଷସୂତ୍ରରୁ ସୂଚନା ମିଳିଥିଲା । ତାଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଟିମ୍ ଚକୁଳିପଡା ଗାଁରେ ଚଢାଉ କରିଥିଲା । ଏହି ଚଢାଉରେ ସୌଭାଗ୍ୟ ଦାସ, ରାଜୁ ମଲ୍ଲିକ, କାଳନ୍ଦି ଭୋଇଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ନିକଟରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଥାନା ପକ୍ଷରୁ ୨୧୩/୨୨ରେ ଏକ ମାମଲା ରୁଜୁ କରାଯିବା ସହ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଉପନିରୀକ୍ଷକ ବିଭୁତି କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ