ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ, ୬ ସୁଦ୍ଧା ଆବେଦନ

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଜାନୁଆରି ୬ରେ (ବୁଧବାର) ଶେଷ ହେବ। ଏହାକୁ ନେଇ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ରହିଛି। କୌଣସି ଶୁଳ୍କ ଦେବାକୁ ପଡ଼ୁନଥିବାରୁ ଅନେକ ସଂସ୍ଥା ଏଥିପାଇଁ ଆବେଦନ କରୁଛନ୍ତି। ଆବେଦନ କରିବା ପାଇଁ www.sambadawards.com କିମ୍ବା www.sambadawards.in ପରିଦର୍ଶନ କରିବାକୁ ପଡ଼ିବ। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/ START-UP)। କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିପାରିବେ। ବିଜେତା ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ରହୁଥିବାରୁ ଏହା ଏକ ଅତ୍ୟନ୍ତ ବିଶ୍ବାସଯୋଗ୍ୟ ପୁରସ୍କାର ଭାବେ ଉଭା ହୋଇଛି। ଏହା ହେଉଛି ଏକ ସ୍ବତନ୍ତ୍ର ଅଭିଯାନ ଯେଉଁଥିରେ ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ସଂସ୍ଥାଗୁଡ଼ିକୁ ପୁରସ୍କୃତ କରାଯାଉଛି। ଅତୀତରେ ଅନେକ ପ୍ରତିଷ୍ଠିତ ସଂସ୍ଥା ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ