ବ୍ରାହ୍ମଣିଆପଲ୍ଲୀ ଗ୍ରାମରେ ଗଣ୍ଡଗୋଳ ; ଉଭୟ ପଟୁ ମାମଲା ରୁଜୁ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣିଆପଲ୍ଲୀ ଗ୍ରାମରେ ଚାଲିଥିବା ଗ୍ରାମ କମିଟି ବୈଠକରେ କୌଣସି କାରଣ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଛି । ଯାହା ଫଳରେ ଗ୍ରାମ୍ୟ କମିଟି ସଭାପତି ବି. ଲିଙ୍ଗରାଜ ପାତ୍ରଙ୍କ ସମେତ ୪ ଜଣ ବ୍ୟକ୍ତି ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରୁ ଦୁଇ ଜଣ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ଜଣ ଛତ୍ରପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଉଭୟ ପଟୁ ଛତ୍ରପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଏତାଲାକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ୍ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛି ।