ବ୍ରିଟ୍ ତରଫରୁ ବାଲେଶ୍ୱର ସହରର ଉନ୍ନୟନ ପାଇଁ ମାଷ୍ଟର ପ୍ଲାନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ଜନସଂଖ୍ୟା ଓ ମୈାଳିକ ଆବଶ୍ୟକତାକୁ ଦ୍ୟଷ୍ଟିରେ ରଖି ଯଥା ପାନୀୟ ଜଳ , ରାସ୍ତା ଘାଟ , ଗୃହ ନିର୍ମାଣ ପ୍ରଭୁତି ଉନ୍ନତି ମୁଳକ କାର୍ଯ୍ୟପାଇଁ ଜିଲ୍ଲାପାଳ କେ ସୁଦର୍ଶନ ପାଣ୍ଡିଆନ୍ ଚକ୍ରବର୍ତ୍ତୀଙ୍କ ଅଧକ୍ଷତାରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୁରଗାଓଁର ପ୍ଲାନ ପ୍ରସ୍ତୁତକାରୀ ସଂସ୍ଥା ମେସର୍ସ ‘ିଡବ୍ୟାକ ଇନ‘୍ରା ପ୍ରାଇଭେଟ ଲିମିଟେଡର ବିଶେଷଜ୍ଞ ଶ୍ରୀ ସତ୍ୟଜିତ୍ ରାୟ ଗୁପ୍ତା ଓ ବିଜୟ କୁମାର ମହାନ୍ତି ଆଲୋକ ବିନ୍ଦୁ ମାଧ୍ୟମରେ ମାଷ୍ଟର ପ୍ଲାନର ରୂପରେଖ ଉପସ୍ଥାପନ କରିଥିଲେ । ଯୋଜନା ଅନୁଯାୟୀ ସହରର ପରିବର୍ଦ୍ଧିତ ରୂପରେଖରେ ଜନାକୀର୍ଣ୍ଣ ଅଂଚଳରେ ଅଧିକ ଅନ୍ତଃକରଣର ବିକାଶ ଓ ନିର୍ମାଣ ନ କରାଯାଇ ବର୍ତମାନର ସହର ବାହାରେ ମନୋରଞ୍ଜନ ପାର୍କ, ସ୍ପୋର୍ଟସ କମ୍ପେ୍ଲକ୍ସ, କଠିନ ବର୍ଯ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ସ୍ୱିରେଜ ବ୍ୟବସ୍ଥା, ଜଳଯୋଗାଣ ପ୍ରକଳ୍ପ, ରିଙ୍ଗ ରୋଡ ଭଳି ଅନେକ ଅତ୍ୟାଧୁନିକ ବ୍ୟବସ୍ଥାର ନିର୍ମାଣ ତଥା ବିକାଶ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଏରିଆଲ ସର୍ଭେ କରାଯାଇ ଖାଲି ସ୍ଥାନ, ଜଳ ଉତ୍ସ, ସରକାରୀ ଜାଗା, ପତିତ ଜମି ପ୍ରଭୃତି ଚିହ୍ନଟ କରାଯାଇ ଏହି ମାଷ୍ଟର ପ୍ଲାନର ପ୍ରସ୍ତୁତି କରାଯାଇଛି । ଏଥି ସହିତ ଯେଉଁ ସବୁ ଆବଶ୍ୟକ ଭିତିଭୂମି ନାହିଁ ସେସବୁ ଉପରେ ଅଧିକ ଦୃଷ୍ଟି ପ୍ରଦାନ କରାଯାଇଛି । ବିଶେଷ କରି କ୍ରମ ବର୍ଦ୍ଧିଷ୍ଣୁ ଯାନବାହାନ ଏବଂ ଟ୍ରା‘ିକ ବ୍ୟବସ୍ଥାକୁ ସୂଚାରୁ କରାଯିବା ପାଇଁ ଏକ ସୁଦୂର ଉପଯୋଗୀ ରିଙ୍ଗ ରୋଡ ପ୍ରସ୍ତାବନାକୁ ଯୋଜନାରେ ସାମିଲ କରାଯାଇଛି । ଏହା ପୂର୍ବରେ ବୁଢାବଳଙ୍ଗ ନଦୀକୁ ଦୁଇଟି ସ୍ଥାନରେ ଅତିକ୍ରମ କରିବା ସହ ଜାତୀୟ ରାଜପଥକୁ ଦୁଇଟି ସ୍ଥାନରେ ଅତିକ୍ରମ କରିବା ଏହି ପ୍ଲାନରେ ସ୍ଥାନୀତ କରାଯାଇଛି । ଏହି ମାଷ୍ଟର ପ୍ଲାନରେ ବାଲେଶ୍ୱର ପୌରପାଳିକା ସମେତ ଆଖପାଖର ୨୦୫ ଖଣ୍ଡ ଗାଆଁ ଓ ଏହି ଯୋଜନା ପରିସରଭୁକ୍ତ ହୋଇଛି । ତେବେ ଏଥିନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ଯଦି କିଛି ଆପତି ଅଭିଯୋଗ ଥାଏ ତାହା ହେଲେ ତା ଉପରେ ବିଚାର କରାଯିବା ନିମନ୍ତେ ସୁଯୋଗ ରହିଥିବା ଏଥିରେ ଦର୍ଶାଯାଇଥିଲା । ଏହା ଏକ ବ୍ୟାପକ ମାଷ୍ଟର ପ୍ଲାନ ଏବଂ ଏହାପରେ ଜୋନସ୍ତରୀୟ ସବପ୍ଲାନ ପ୍ରସ୍ତୁତ କରାଯାଇ ପ୍ରକୃତ କାର୍ଯ୍ୟକାରୀ ଯୋଗ୍ୟ ପ୍ରକଳ୍ପଗୁଡିକୁ ସାମିଲ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଡି, ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ବ୍ରିଟ ସେକ୍ରେଟାରୀ ଶ୍ରୀ ନବୀନ ଚନ୍ଦ୍ର ସିଂ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ଗଗନ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଉମାକାନ୍ତ ଜେନା, ବିତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ବ୍ରିଟର ଅଧିକାରୀଗଣ ଯୋଗ ଦେଇଥିଲେ ।