ବ୍ରେକଅପ୍ ପରେ ଚିଡ଼ିଉଠନ୍ତି ଯୁବତୀଯୁବକ
ସମୟ ବଦଳିବା ସହ ଆଜିକାଲି ରିଲେସନଶିପ୍ରେ ରହିବା ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ ହୋଇଗଲାଣି । କେତେକ ଏଥିରୁ ଧୋକ୍କା ଖାଉଛନ୍ତି ତ ଆଉ କେତେ ଜଣ ସିଙ୍ଗଲ୍ ରହିବାକୁ ପସନ୍ଦ କରୁଛନ୍ତି । ଯୁବତୀ ହୁଅନ୍ତୁ କିମ୍ବା ଯୁବକ ସାଧାରଣତଃ ବ୍ରେକଅପ୍ ପରେ ସେମାନେ ଚିଡ଼ିଚିଡ଼ା ହୋଇଯାଆନ୍ତି । ଆସନ୍ତୁ ଜାଣିବା କେଉଁ କଥାରେ ଏମାନେ ଚିଡ଼ିଯାଇଥାନ୍ତି ।
ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ : ସିଙ୍ଗଲମାନେ କେବେ ଚାହାନ୍ତି ନାହିଁ ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରନ୍ତୁ । ସେ ସ୍ୱତନ୍ତ୍ର ଭାବରେ ବଞ୍ଚିବା ପାଇଁ ଚାହିଁଥାନ୍ତି । ଯଦି କେତେବେଳେ କୌଣସି ସାଙ୍ଗ ନିଜର ନିଷ୍ପତ୍ତିକୁ ନେଇ ଏମାନଙ୍କ ସହ କଥା ହେଲେ ଏମାନେ ଖୁବ୍ ଶୀଘ୍ର ଚିଡ଼ି ଯାଇଥାନ୍ତି ।
ଡେଟିଂ କିମ୍ବା ବିବାହ ପାଇଁ ଉପଦେଶ : ସିଙ୍ଗଲ ରହୁଥିବା ଯୁବତୀ/ଯୁବକଙ୍କୁ ଯଦି କେହି ଡେଟିଂ କିମ୍ବା ବିବାହ ପାଇଁ ଉପଦେଶ ଦିଏ ତେବେ ସେମାନେ ଚିଡ଼ିଯାଇଥାନ୍ତି । ଏପରିକି ପରିବାର ଲୋକ ଯଦି ଏପରି ଉପଦେଶ ଦେଇଥାନ୍ତି ସିଙ୍ଗଲମାନେ ରାଗିଯାଇଥାନ୍ତି ।
ଦୟାର ପାତ୍ର ଭାବିବା : ସିଙ୍ଗଲମାନଙ୍କୁ ସାଙ୍ଗସାଥୀମାନେ ଦୟା ଦେଖାଇଥାନ୍ତି । କିନ୍ତୁ ଏ କଥାକୁ ସିଙ୍ଗଲମାନେ ଆଦୌ ପସନ୍ଦ କରି ନ ଥାନ୍ତି । କାରଣ ସେ ନିଜେ ଖୁସିରେ ଅଛନ୍ତି । କେହି ତାଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବା ଆବଶ୍ୟକ ନାହିଁ ବୋଲି ଭାବନ୍ତି । ତେଣୁ ଦୟା ଦେଖାଇଲେ ସେ ସହ୍ୟ କରିପାରନ୍ତି ନାହିଁ ।
ରୋମାନ୍ସ : ପ୍ରେମରେ ଧୋକ୍କା ଖାଇଥିବା ଯୁବତୀ/ଯୁବକଙ୍କ ପାଇଁ ରୋମାନ୍ସର ମାନେ କିଛି ନ ଥାଏ । କେହି ତାଙ୍କୁ ଏ ବିଷୟରେ ପରାମର୍ଶ ଦେଲେ ସଙ୍ଗେ ସଙ୍ଗେ ସେ ଚିଡ଼ିଉଠନ୍ତି । ଏକ ରିପୋର୍ଟ ଅନୁଯାୟୀ, ସିଙ୍ଗଲ୍ମାନେ କେବଳ ମୁଭି ଆଉ ସିରିୟଲ ଦେଖିବାକୁ ପସନ୍ଦ କରିଥାନ୍ତି