ବ୍ରେଲ ପାଠ୍ୟପୁସ୍ତକ ବିତରଣ ଉତ୍ସବ
ଛତ୍ରପୁର; ଆଜି ଗଞ୍ଜାମ ଜିଲାର ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲାର ସମଗ୍ର ଦୃଷ୍ଟିବାଧିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ବିଷୟରେ ସାଧାରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ବ୍ରେଲ ପାଠ୍ୟ ପୁସ୍ତକ ବିତରଣ ଉତ୍ସବ ଛତ୍ରପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଆୟୋଜନ କରାଯାଇଛି । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ସମଗ୍ର ଜିଲ୍ଲାର ଅର୍ଥନୈ÷ତିକ ପରାମର୍ଶଦାତା ମଧୁସୁଦନ ପରିଡା ଯୋଗ ଦେଇ ସମସ୍ଥ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରେଲ ପାଠ୍ୟପୁସ୍ତକ କିପରି ପାଠ ପଢୁଥିବା ସାଧାରଣ ଛାତ୍ରଛାତ୍ରୀମାନଙ୍କ କାମରେ ଲାଗିପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସମସ୍ଥ ଦୃଷ୍ଠିବାଧିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ପାଠ୍ୟ ପ୍ରଦାନ କରୁଥିବା ସମୟରେ ପାଉଥିବା ଅଭିଜ୍ଞତାକୁ ପାଥେୟ କରି ବ୍ରେଲ ପାଠ୍ୟ ପୁସ୍ତକ ମାଧ୍ୟମରେ ସାଧାରଣ ଛାତ୍ରଛାତ୍ରୀମାନେ କିଭଳି ଏହାର ସୁଫଳ ପାଇପାରିବେ ତାହା ଉପରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ୫୩ ଜଣ ଦୃଷ୍ଟିବାଧିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେମାନଙ୍କ ଏସକର୍ଟ ଯୋଗ ଦେଇ ଥିଲେ । ଦୃଷ୍ଟିବାଧିତ ଶିକ୍ଷକ ପଂଚାନନ ନାହାକ,ସନ୍ତୋଷ କୁମାର ସ୍ୱାଇଁ,ପ୍ରଶାନ୍ତ ମହାପାତ୍ର ପ୍ରମୁଖ ପାଠ୍ୟଦାନ ସମୟରେ ପାଇଥିବା ଅଭିଜ୍ଞତା ଉପରେ କହିଥିଲେ । ଜିଲ୍ଲା ଅନ୍ତର୍ନିବେଶି ସଂଯୋଜକ ତପନ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର ସଫଳ କାହାଣୀ ବର୍ଣ୍ଣନା କରିବା ସହ ସେମାନଙ୍କର ସମସ୍ୟା ଉପସ୍ଥାପନା କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଆଜିର ସମସ୍ତ କର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଏମ.ଡମ୍ବରୁ ଦୋରା ,ବିଜୟ କୁମାର ବେହେରା,ଅଶ୍ୱିନୀ ପାଇକରାୟ ଓ ଅଜୟ କୁମାର ସାହୁ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକର ଘୋଷ୍ଠୀ ସମ୍ବଳ ଶିକ୍ଷକ ଏଥିରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଦୃଷ୍ଟିବାଧିତ ଶିକ୍ଷଙ୍କ୍ୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ର ସମସ୍ତ ବିଷୟର ବ୍ରେଲି ପୁସ୍ତକ ବଂଟନ କରାଯାଇଥିଲା ।


