ମା ସିଦ୍ଧ ପୋଲାମ୍ମା ମନ୍ଦିରରେ ନବରାତ୍ର ପୂଜା
ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମପଂଚାୟତର ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖ ଅବସ୍ଥିତ ମାଁ ସିଦ୍ଧ ପୋଲାମ୍ମା ପୀଠରେ ଗତ ୨୯ ତାରିଖଠାରୁ ନବରାତ୍ର ପୂଜା ଅନୁଷ୍ଠିତ ହୋଇଆସୁଛି । ଏଥିପାଇଁ ମନ୍ଦିର ଚଳଚଂଚଳ ହୋଇଉଠିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରାତ୍ର ପୂଜା ଦିନଠାରୁ ମା’ଙ୍କ ସକାଳେ ମାର୍ଜଣା, ପୂଜାର୍ଚନା ନିୟମିତ ହୋମ ଓ ବିଭିନ୍ନ ପ୍ରକାର ଭୋଗ କରାଯାଉଛି । ସମସ୍ତ କାର୍ଯ୍ୟକ୍ରମକୁ ଯୁବ ନେତା ଜି.ଜଗନ୍ନାଥ, ଜି.ଡାଲେୟା, ଏ.ତାତା ରାଓ, ଏସ.କ୍ରିଷ୍ଣା, ଏମ.ବେତାଳ, ଏସ.ବୈରାଗୀଙ୍କ ସମେତ ବହୁ ଯୁବକମାନେ ସହଯୋଗ କରୁଛନ୍ତି ।


