ବ୍ଲକରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରସ୍ତୁତି

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଫେବ୍ରୁଆରୀ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ନିର୍ବାଚନ କମିଶନର ସ୍ଥିର କରିଛନ୍ତି । ପୋଲସରା ବ୍ଲକରେ ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁରଞ୍ଜନ କୁମାର ସାହୁ ପ୍ରକାଶ କରିଛନ୍ତି । ଗତ ଜାନୁଆରୀ ୨୮ ତାରିଖରେ ଜିଲ୍ଲା ପରିଷଦ, ସମିତି ମେମ୍ବର ଓ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତଙ୍କୁ ନେଇ ଏକ ବୈଠକ ହୋଇଥିଲା । ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀ ସାହୁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତଙ୍କୁ ନିର୍ବାଚନ ଆଇନ ବିଷୟରେ ପରାମର୍ଶ ଦେବା ସହ ନିର୍ବାଚନ ଆଚରଣ ବିଧି ବିଷୟରେ ପୁସ୍ତକ ପ୍ରଦାନ କରିଥିଲେ। ପୋଲସରା ବ୍ଲକରେ ୨୬ ଗୋଟି ପଞ୍ଚାୟତର ସମସ୍ତ ୱାର୍ଡ ପାଇଁ ବାଲଟ ପେପର, ଭୋଟ ବାକ୍ସ, ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ ହୋଇ ସାରିଛି । ଜିଲ୍ଲା ପରିଷଦ ବାଲଟ୍ ପେପର ଆସିବା ପରେ ତାହା ସମସ୍ତ ୱାର୍ଡ ପାଇଁ ପ୍ରସ୍ତୁତି କରାଯିବ। ନିର୍ବାଚନ ପାଇଁ ନିଯୁକ୍ତି ପାଇଥିବା ପ୍ରିଜାଇଡିଂ ଓ ପୋଲିଙ୍ଗ ଅଫିସର ମାନଙ୍କୁ ନିର୍ଦ୍ଦେଶ ପତ୍ର ପ୍ରଦାନ ହୋଇସାରିଛି । ଆସନ୍ତ ଫେବୃଆରୀ ୭ ତାରିଖ ଦିନ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଙ୍ଗ ଅଫିସର ମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ କରାଯିବ। ଯେଉଁ ଅଧିକାରୀ ଓ କର୍ମଚାରୀ ବୃନ୍ଦ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସମସ୍ତଙ୍କୁ ଦୁଇଦିନ ମଧ୍ୟରେ କୋଭିଡ ଟିକାର ବୁଷ୍ଟୋର ଡୋଜ ଦିଆଯିବ। ନିର୍ବାଚନ ପ୍ରକ୍ରିୟା ପାଇଁ ପସ୍ତୁତି ଶେଷ ପର୍ଯ୍ୟରେ ପହଞ୍ଚିଥିବା ବେଳେ ସମସ୍ତ ୩୩୯ ୱାର୍ଡର ଭୋଟଦାନ କେନ୍ଦ୍ରର ପ୍ରସ୍ତୁତି ବିଷୟରେ ପଦକ୍ଷେପ ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ