ବ୍ଲକସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ସପ୍ତାହ ପାଳନ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ବ୍ଲକ ତାଲିମ ବିକାଶ କେନ୍ଦ୍ରପରିସରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ମହାଆଡ଼ମ୍ବର ସହକାରେ ବିଡ଼ିଓ ଅମ୍ବିକା ପ୍ରସାଦ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହା ସହ ବ୍ଲକ୍ ର ୧୯୯ଜଣଙ୍କୁ ଭତା ବଂଟନ କରାଯାଇଛି । ସେଥିରୁ ବାର୍ଦ୍ଧକ୍ୟ ଭତା ୧୫୯ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ବିଧବା ଭତା ୪୦ଜଣଙ୍କୁ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପରେ କହିବା ସହ ବ୍ଲକର ରହିଯାଇଥିବା ବିଭିନ୍ନ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଭତା ପ୍ରଦାନ କରିବା ନିମନ୍ତେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍. କିଶୋର ରେଡ୍ଡି, ବଡ଼ମାଧପୁର ସରପଂଚ ଶରତ ଖୁଂଟିଆ, ସମିତି ସଭ୍ୟ ଏନ. କ୍ରିଷ୍ଣା ରେଡ୍ଡି, ଆର୍ଜିପଲ୍ଲୀ ସରପଂଚ ଏମ୍. ଲକ୍ଷ୍ମୀ, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ, ଟାଙ୍ଗଣାପଲ୍ଲୀ ସରପଂଚ କୁମାରୀ ପ୍ରଧାନ, ଶ୍ରୀରାମ ଚନ୍ଦ୍ରପୁର ସରପଂଚ ରେବତୀ ପ୍ରଧାନ, ଭିକାରୀପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନ, ମହାନାଦପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, କଣମଣା ସମିତି ସଭ୍ୟ ରଶ୍ମିତା ବେହେରା, ବିପୁଳିଙ୍ଗି ସମିତି ସଭ୍ୟ ଜୟଦେବ ଲେଙ୍କାଙ୍କ ସମେତ ସମସ୍ତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ପରିଚାଳନା କରିଥିଲେ ।