ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଶିବିର ଅନୁଷ୍ଠିତ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ସାମାଜିକ ସଶକ୍ତି କରଣ ବିଭାଗ ପକ୍ଷରୁ ଚିକିଟୀ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧକ୍ଷ ଆପନା ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଏନଏସି ଅଧକ୍ଷା ଦୀପା କୁମାରୀ ସାହୁ,ଅତିରିକ୍ତ ତହସିଲଦାର ସୁଶ୍ରୀ ଶାଶ୍ଵତୀ ଷଡ଼ଙ୍ଗୀ, ମେଡିକାଲ ମୁଖ୍ୟ ଡାକ୍ତର ମନୋଜ କୁମାର ପାଢ଼ୀ, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହି ପ୍ରତି ବ୍ଲକ ରେ ଏହି ଭଳି ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ପ୍ରମାଣ ପତ୍ର ବର୍ତମାନ ବ୍ଲକରେ ପାଇବା ସହ ସରକାରଙ୍କ ବିଭିନ୍ନ ସୁବିଧା ପାଇ ପାରିବେ ବୋଲି କହିଥିଲେ। ଶିବିରରେ ୩୯୫ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିବା ବେଳେ ୧୯ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ, ୫ ଜଣଙ୍କୁ ଆଶାବାଡି, ଶ୍ରବଣ ଯନ୍ତ୍ର ସହିତ ବିଭିନ୍ନ ଅନୁସଙ୍ଗିକ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର କର୍ମଚାରୀ ମାନେ ଶିବିରରେ ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସରକାରୀ ସୁବିଧା ପାଇଁ ଆବେଦନ ରେ ସହଯୋଗ କରିଥିଲେ । ବିଏସଏସଓ ଜୟଦେବ ବେହେରା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମl ସଂଯୋଜନା କରିଥିବା ବେଳେ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ