ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଭାରାପ୍ତାପ୍ତ ବିଇଓ କୈଳାଶ ପାଢୀଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଭାବରେ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବା ସହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଅଲଣା ସମିତି ସଭ୍ୟା ସାଗରୀକା ଦାସ, ସରପଂଚ ଚନ୍ଦ୍ରମଣୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର କୁମାର ମନ୍ଥନ,ପୂର୍ବତନ ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତି,ପ୍ରଧାନ ଶିକ୍ଷକ ନୀରଦ କୁମାର ସ୍ୱାଇଁ, ଉମେଶ ଚନ୍ଦ୍ର ରାଉତ, ଗିରିଧାରୀ ପୁହାଣ, ସୁକାନ୍ତ ଲେଙ୍କା ଆଦି ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ସଂଗୀତ ଗାନ, ନୃତ୍ୟ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ହସ୍ତାକ୍ଷର ଲିଖନ, ସୃଜନାତ୍ମକ ଲିଖନ ପରି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୩୯ଟି ସ୍କୁଲରୁ ୧୭୪ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବିଭାଗର ୮ଜଣ ଓ ବରିଷ୍ଠ ବିଭାଗର ୭ଜଣଙ୍କୁ ଜିଲ୍ଲା ସ୍ତରକୁ ମନୋନିତ କରାଯାଇଥିବା ବେଳେ ଡ୍ୟାନ୍ସ ବିଭାଗ ପାଇଁ ଗୋଟିଏ ଗୃପକୁ ଜିଲ୍ଲା ସ୍ତରକୁ ମନୋନିତ କରାଯାଇଛି । ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର କାର୍ଯ୍ୟକ୍ରମର ମଂଚ କରିଥିବା ବେଳେ କାର୍ଯ୍ୟକ୍ରମକୁ ସିଆରସିସି କମଳ ଲୋଚନ ନାୟକ ପରିଚାଳନା କରିଥିଲେ । ସିଆରସିସି ଜିତେନ୍ଦ୍ର କୁମାର ସେଠୀ,ପିତାମ୍ବର ପରିଡା, ସରୋଜିନ ସାହୁ, ଗଂଗାଧର ବିଶ୍ୱାଳ, ସୁକାନ୍ତ ଝଙ୍କାର, ଚୈତନ୍ୟ ମଲ୍ଲିକ,ଅକ୍ଷୟ ରାଉତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ