ବ୍ଲକ୍ ରେ ବିଜେଡ଼ି ର ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ନିର୍ବାଚନ ପୂର୍ବରୁ ଦଳର ସ୍ଥିତି ଅନୁଧ୍ୟାନ କଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ । ମୋହନା ବ୍ଲକ ଚନ୍ଦ୍ରଗିରି ଠାରେ ବିଜେଡ଼ି କାର୍ଯ୍ୟଳୟ ଉଦ୍ ଘାଟନ କରିଥିଲେ । ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ୮ ଗୋଟି ଜିଲ୍ଲାପରିଷଦ ଜୋନର କର୍ମୀ ଓ ନେତୃବୃନ୍ଦଙ୍କ ସହ ଜଣ ଜଣ କରି ଆଲୋଚନା କରିଛନ୍ତି ସାଙ୍ଗଠନିକ ସମ୍ପାଦକ। ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ କିପରି ଦଳ ବିପୁଳ ସଂଖ୍ୟାରେ ବିଜୟୀ ହେବେ, ସେନେଇ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ଦଳ ମଧ୍ୟରେ ଯାହାକିଛି ଅନ୍ତର୍ଦ୍ବନ୍ଦ ରହିଛି ସେଗୁଡିକ ଆପୋଷ ସମାଧାନ କରାଯାଇଥିବା ବେଳେ ସମସ୍ତ କର୍ମୀ ଏକାଠି ହୋଇ ନିର୍ବାଚନ ମଇଦାନରେ ଓ୍ବହ୍ଲାଇବା ପାଇଁ ଆହ୍ବାନ ଦେଇଛନ୍ତି । ଦଳର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ସମସ୍ତ ଯୋଜନାକୁ ସାଥିରେ ନେଇ ତୃଣମୂଳ ସ୍ତରରେ ଲୋକଙ୍କ ନିକଟକୁ ପହଞ୍ଚିବାକୁ କର୍ମୀ ଓ ନେତୃବୃନ୍ଦଙ୍କୁ କହିଛନ୍ତି । ଦୀର୍ଘ ୨୨ ବର୍ଷଧରି ଜାରି ରହିଥିବା ଓଡ଼ିଶାର ବିକାଶ ଧାରାରେ ସାମିଲ ହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏଥିସହ ଓଡ଼ିଶାର ସୁସ୍ଥ ଶାସନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁଳ ଭାବେ ସମର୍ଥନ କରି ତାଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବାକୁ ଅନୁରୋଧ କରିଛନ୍ତି । ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମୀ ଓ ଦଳୀୟ ନେତାଙ୍କୁ ନେଇ ନିର୍ବାଚନ ରଣନିତି ପ୍ରସ୍ତୁତ କରୁଛନ୍ତି ସାଙ୍ଗଠନିକ ସମ୍ପାଦକ । କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଧ୍ୟକ୍ଷ ମାନସ ମଙ୍ଗରାଜ ଉପସ୍ଥିତ ରହି ଦଳର ପ୍ରାର୍ଥୀ ନେତୃବୃନ୍ଦ ଓ କର୍ମୀଙ୍କ ମନୋବଳ ଦୃଢ଼ କରିଛନ୍ତି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ମହିଳା ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାଯକ, ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସହ ପର୍ଯ୍ୟବେକ୍ଷକ ଜଗଦିଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସଙ୍କ ଏହି ଗସ୍ତ ଦଳର ପ୍ରାର୍ଥୀ ନେତା ଓ କର୍ମୀଙ୍କୁ ବେଶ୍ ଉତ୍ସାହିତ କରିଥିବା କୁହାଯାଇଛି ।


