ବ୍ଲକ୍ ସ୍ତରୀୟ ବନାଗ୍ନି ପ୍ରଶମିତ, ସଚେତନତା ଓ ପ୍ରଶିକ୍ଷଣ ଶିବିର
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବ୍ଲକ୍ ସ୍ତରୀୟ ବନାଗ୍ନି ପ୍ରଶମିତ ସଚେତନତା ଶିବିର ବୈପରିଗୁଡ଼ା ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଜୟପୁର ବନଖଣ୍ଡ ଏସିଏଫ୍ଓ ଡ଼. ଅମିତ୍ କୁମାର ନାୟକ,ବୈପାରିଗୁଡା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷା ପୁର୍ଣିମା ବାରିକ, ବ୍ଳକ୍ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ,ବୈପାରିଗୁଡା ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁରେ ବୈପାରିଗୁଡା ବନ୍ୟାଞ୍ଚଳ ର ଜଙ୍ଗଲ ମଧ୍ୟରେ ନିଆଁ ର ନିୟନ୍ତ୍ରଣ ଓ ପ୍ରତିକାର ଉଦ୍ଦେଶ୍ୟରେ ହୋଇଥଲା । ଜଙ୍ଗଲରେ ବିଭିନ୍ନ କାରଣରୁ ନିଆଁ ଲାଗିଥାଏ ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ ନିଆଁକୁ କିଭଳି ଆୟତ୍ତ କରି ହେବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଜଙ୍ଗଲ ନିଆଁ ଯୋଗୁଁ ଲକ୍ଷ, ଲକ୍ଷ ପ୍ରଜାତିର ଜଙ୍ଗଲର ମଞ୍ଜି ପଡି ଉଠୁଥିବା ଛୋଟ ଛୋଟ ଗଛ ନିଆଁ ରେ ପୋଡ଼ି ନଷ୍ଟ ହୋଇ ଯାଇଥାଏ। ତତ୍ ସାଙ୍ଗକୁ ନିରୀହ ବନ୍ୟ ଜୀବ, ଜନ୍ତୁ ମାନେ ମୃତ୍ୟୁ ବରଣ କରିଥାଆନ୍ତି। ଏହିଭଳି ନିଆଁକୁ ଜଙ୍ଗଲରେ ସମ୍ପୂର୍ଣ୍ଣ ବିସ୍ତାର ହେବା ପୂର୍ବରୁ କିପରି ଆୟତ୍ତ କରାଯାଇ ପାରିବ ଓ କିପରି ସମ୍ପୂର୍ଣ୍ଣ ରୂପେ ବିଭିନ୍ନ ଉପାୟ ପ୍ରୟୋଗ କରି ଲିଭା ଯାଇ ପାରିବ ତାହା ଉପରେ ଆଜିର ଶିବିର ମାଧ୍ୟମରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବନାଞ୍ଚଳ ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ବନପାଳ ଲଳିତା ହରିଜନ,ଏମ୍ ଶ୍ରୀ ନିବାସ ରାଓ, ରଞ୍ଜିତା ନାୟକ,ବନ ସୁରକ୍ଷା କର୍ମୀ ମନୋରମା ଦେବି,ପ୍ରିୟଙ୍କା କର, କରୁଣା ଦିସାରି ,ରମେଶ ପାଣ୍ଡି ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ବୈପାରିଗୁଡାର ସମସ୍ତ ପାରା ସ୍କୁଆଡ୍ କର୍ମଚାରି,ଏନ ଜିଓ ଷ୍ଟାଫ୍ବା, ବନସୁରକ୍ଷା ସମିତି ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ।